କନକ ବ୍ୟୁରୋ: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀଙ୍କୁ ଘଟଣା ବାବଦରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅବଗତ କରାଇଥିବା ବେଳେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।
ପ୍ରଧାନମନ୍ତ୍ରୀ ସ୍ଥିତି ଅନୁଧ୍ୟାନ ପରେ ବାଲେଶ୍ୱର ମେଡିକାଲ ଅଭିମୁଖେ ଯାଉଛନ୍ତି । ସେଠାରେ ସେ ଆହତଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ପରେ କଟକ ଆସି ସେଠାରେ ଆହତଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ଦୁର୍ଘଟଣାରେ ୨୬୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ବିଭିନ୍ନ ଡାକ୍ତରଖାନାରେ ଆହତଙ୍କ ଚିକିତ୍ସା ଜାରିରହିଛି ।
#WATCH | Odisha: Visuals from the site of #BalasoreTrainAccident where PM Modi has reached to take stock of the tragic accident that has left 261 people dead and over 900 people injured so far.#OdishaTrainAccident pic.twitter.com/fkcASxgZu1
— ANI (@ANI) June 3, 2023