ବିଦେଶରୁ ଫେରି ବିରୋଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶରେ ନିର୍ବାଚନୀ ରାଲିରେ ବିରୋଧୀ ମେଣ୍ଟ ବୈଠକକୁ କଲେ ଟାର୍ଗେଟ

Advertisment
ବିଦେଶରୁ ଫେରି ବିରୋଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶରେ ନିର୍ବାଚନୀ ରାଲିରେ ବିରୋଧୀ ମେଣ୍ଟ ବୈଠକକୁ କଲେ ଟାର୍ଗେଟ

କନକ ବ୍ୟୁରୋ: ବିଦେଶରୁ ଫେରିବା ପରେ ବିରୋଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିହାରରେ ପାଟଣାରେ ହୋଇଥିବା ବିରୋଧୀ ଦଳଙ୍କ ବୈଠକକୁ ସମାଲୋଚନା କରିଛନ୍ତି ମୋଦୀ । କହିଛନ୍ତି, ଅତି କମରେ ସବୁୁ ବିରୋଧୀ ୨୦ ଲକ୍ଷ କୋଟି ଟଙ୍କାର ଦୁର୍ନୀତି କରିଛନ୍ତି । ତେଣୁ ଭୟଭୀତ ହୋଇ ପରସ୍ପର ସହ ହାତ ମିଳାଇଛନ୍ତି । ସେପଟେ ତିନି ତଲାକ, ୟୁନିଫର୍ମ ସିଭିଲ କୋର୍ଡ ତଥା ସମସ୍ତଙ୍କ ପାଇଁ ଏକା ନିୟମ ନେଇ ପ୍ରଧାନମନ୍ତ୍ରୀ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି । ମଧ୍ୟପ୍ରଦେଶରେ ‘ମୋ ବୁଥ ସବୁଠୁ ମଜଭୁତ’ କ୍ୟାମ୍ପନରେ ଯୋଗଦେଇ ମୋଦୀ କହିଛନ୍ତି, ତିନି ତଲାକ ଯଦି ମୁସଲିମ ସମ୍ପ୍ରଦାୟର ଅବିଚ୍ଛେଦ ନିୟମ, ତେବେ ମୁସଲିମ ବହୁଳ ଇଜିପ୍ଟ, ସିରିଆ, ବାଙ୍ଗାଲାଦେଶ, ପାକିସ୍ତାନ, କାତାରରେ କିପରି ତିନି ତଲାକ ଉପରେ କଟକଣା ଲଗାଯାଇଛି । ତିନି ତଲାକ କେବଳ ମହିଳାଙ୍କ ପାଇଁ ନୁହେଁ ପୁରା ପରିବାର ପାଇଁ ଚିନ୍ତାର କାରଣ ପାଲଟିଛି । ଯେଉଁମାନେ ତିନି ତଲାକ ଉଚ୍ଛେଦ ନିୟମକୁ ବିରୋଧ କରୁଛନ୍ତି ସେମାନେ ଭୋଟ ପାଇଁ ଭୋକିଲା ଅଛନ୍ତି ।

ବିଜେପି ନିର୍ବାଚନୀ ଇସ୍ତାହାରରେ ସାମିଲ କରିଥିବା ଦେଶରେ ୟୁନିଫର୍ମ ସିଭିଲ କୋର୍ଡକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଗୋଟିଏ ପରିବାରର ଅଲଗା ଅଲଗା ସଦସ୍ୟ ପାଇଁ ଅଲଗା ନିୟମ ରହୁନାହିଁ । ଦେଶରେ କିପରି ଅଲଗା ଅଲଗା ନିୟମ ରହିବ ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ । ୟୁନିଫର୍ମ ସିଭିଲ କୋର୍ଡ ହେଉଛି ଜାତି, ଧର୍ମ, ପଦ ନିର୍ବିଶେଷରେ ଦେଶର ସମସ୍ତ ନାଗରିକଙ୍କ ପାଇଁ ଗୋଟିଏ ନିୟମ ରହିବ । ଯାହାକୁ ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ସରକାର ଲାଗୁ କରିବାକୁ ଯାଉଛନ୍ତି । ତେବେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରେ ୫ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ମଙ୍ଗଳବାର ଶୁଭାରମ୍ଭ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe