ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ । କହିଲେ, ଗଣତନ୍ତ୍ର କଣ ବୁଝିନଥିବା ବ୍ୟକ୍ତି ପଢ଼ାଉଛନ୍ତି ଗଣତନ୍ତ୍ରର ପାଠ ।

173

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାମ୍ମୁକାଶ୍ମୀରରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କଂଗ୍ରେସର ପୂର୍ବତନ ଅଧ୍ୟ କ୍ଷଙ୍କୁ ଟାର୍ଗେଟ କରିଛନ୍ତି । ମୋଦି କହିଛନ୍ତି ଜାମ୍ମୁକାଶ୍ମୀରର ନିର୍ବାଚନ ବି ଏହା ଦେଖାଇଛି, ଦେଶରେ ଗଣତନ୍ତ୍ର କେତେ ମଜବୁତ ରହିଛି । ହେଲେ ଦିଲ୍ଲୀରେ ବସିଥିବା କିଛି ଲୋକ ଗଣତନ୍ତ୍ରକୁ ନେଇ ତାଙ୍କୁ ପାଠ ପଢାଉଛନ୍ତି ।

ଗଣତନ୍ତ୍ରକୁ ମାନୁନଥିବା ଲୋକ ଗଣତନ୍ତ୍ରର ପାଠ ପଢାଇବାକୁ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ରାଜନୈତିକ ଦଳ ଓ ନେତାଙ୍କର ଗଣତନ୍ତ୍ର ପ୍ରତି ଆନ୍ତରିକତା ନାହିଁ । ଏହାପରେ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ସତ୍ୱେ ପୁଡୁଚେରୀରେ ପଂଚାୟତ ଓ ମହାନଗର ନିଗମ ନିର୍ବାଚନ ହେଉନାହିଁ ।

ହେଲେ ଜାମ୍ମୁକାଶ୍ମୀରରେ ଧାରା ୩୭୦ ହଟିବାର ବର୍ଷକ ଭିତରେ ମହାନଗର ନିବ ର୍ାଚନ ହୋଇଛି । କୃଷକ ଆନ୍ଦୋଳନକୁ ନେଇ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଯାଇଥିଲେ ବିରୋଧୀ ଦଳର ଏକ ପ୍ରତିନିଧି ଦଳ । ଏହିଅବସରରେ ଗଣମାଧ୍ୟମରେ ରାହୁଲ ଗାନ୍ଧୀ କହିଥିଲେ, ଦେଶରେ ଗଣତନ୍ତ୍ର ବୋଲି କିଛି ନାହିଁ । ଦେଶରେ ଗଣତନ୍ତ୍ର କେବଳ କଳ୍ପନାରେ ରହିଛି । ରାହୁଲଙ୍କ ଏହି ବୟାନକୁ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ।