ଫିଟ୍ ଇଣ୍ଡିଆ ଡାଇଲଗରେ ଫିଟନେସ ଆଇକନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ  । ୟୋ ୟୋ ଟେଷ୍ଟ ନେଇ ବିରାଟ କୋହଲିଙ୍କୁ ମୋଦୀଙ୍କ ପ୍ରଶ୍ନ । ସେପଟେ ୫୫ବର୍ଷୀୟ ମିଲିନ୍ଦଙ୍କୁ ପଚାରିଲେ ଫିଟ ରହିବାର ରହସ୍ୟ

157
କନକ ବ୍ୟୁରୋ : ଫିଟ୍ ଇଣ୍ଡିଆ ଡାଇଲଗରେ ଫିଟନେସ ଆଇକନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିରାଟ କୋହଲି, ମିଲିନ୍ଦ ସୁମନ ଓ କାଶ୍ମୀରରେ ପଥର ଫିଙ୍ଗାଳୀରୁ ଫୁଟବଲ ଖେଳାଳି ବନିଥିବା ଅଫଶାନା ଆଶିକଙ୍କ ସହ କଥା ହୋଇଛନ୍ତି ମୋଦୀ । ୟୋ ୟୋ ଟେଷ୍ଟ ନେଇ ବିରାଟ କୋହଲିଙ୍କୁ ମୋଦୀ ପ୍ରଶ୍ନ କରିଛନ୍ତି । ସେହିପରି ୫୫ବର୍ଷୀୟ ମିଲିନ୍ଦଙ୍କୁ ପଚାରିଛନ୍ତି ଫିଟ ରହିବାର ରହସ୍ୟ ।
ତେବେ ମୋଦୀ ବିରାଟଙ୍କୁ ପ୍ରଶ୍ନ କରିଥିଲେ ଯେ ଖେଳାଳିଙ୍କୁ ଫିଟ୍ ରହିବା ପାଇଁ ୟୋ ୟୋ ଟେଷ୍ଟର କାହିଁକି ଆବଶ୍ୟକତା ଥାଏ । ତେବେ ଏହି ପ୍ରଶ୍ନର ଉତ୍ତର ଦେଇ ବିରାଟ କହିଥିଲେ ଯେ ବର୍ତ୍ତମାନ ସମୟରେ ଖେଳାଳିଙ୍କୁ ଫିଟ୍୍ ରହିବା ଦରକାର । ପୂର୍ବରୁ ଟେଷ୍ଟ ଖେଳାଳିମାନେ ଖେଳ ଅଧାରୁ ହାଲିଆ ହେଇଯାଉଥିଲେ । ଫିଟନେଓ ଅଭାବରୁ ଏପରି ହୋଇଥାଏ ବୋଲି ବିରାଟ କୋହଲି କହିଥିଲେ ।
ଫିଟ ଇଣ୍ଡିଆର ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଆଜି ଦେଶର କିଛି ଫିଟନେସ ଆଇକନଙ୍କ ସହ କଥା ହୋଇଥିଲେ । ଭିଡିଓ କନ୍ଫରେନ୍ସିଙ୍ଗ ଜରିଆରେ ଏହି ଆଲୋଚନା ହୋଇଥିଲା ।