କୋଭିଡ୍ ଭ୍ୟାକସିନର ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ : ଟିକା ପ୍ରସ୍ତୁତି, ଟିକାକରଣ ଓ ବଂଟନ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା

Advertisment
ଭାରତ ବନ୍ଦ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ । ମୋଦୀ କହିଲେ, ପୁରୁଣା ଆଇନକୁ ନେଇ ଗଠନ ହୋଇ ପାରିବନି ନୂଆ ଶତାବ୍ଦୀର ଭାରତ, ବିକାଶ ପାଇଁ ସଂସ୍କାର ଜରୁରୀ । 

କନକ ବ୍ୟୁରୋ : କୋଭିଡ୍ ଭ୍ୟାକସିନର ସ୍ଥିତି ନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ ଟିକା ପ୍ରସ୍ତୁତି , ଟିକାକରଣ ଓ ବଂଟନ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନ କରିଛନ୍ତି । କରୋନା ଟିକା ପ୍ରସ୍ତୁତିରେ ଲାଗି ଥିବା ବିଭିନ୍ନ ସଂସ୍ଥା ଆବଶ୍ୟକ ପଡୁଥିବା ଅନୁମତି, ଗବେଷଣା ପାଇଁ ଆବଶ୍ୟକ ହେଉଥିବା ସରକାର ସହଯୋଗ ନେଇ ଏହି ବୈଠକରେ ଆଲୋଚନା ହୋଇଛି । ଏହି ବୈଠକରେ ନୀତି ଆୟୋଗର ଅଧିକାରୀ, ବିଜ୍ଞାନ ଓ ପ୍ରଯୁକ୍ତବିଦ୍ୟା ବିଭାଗ ଅଧିକାରୀ, ବୈଦେଶିକ ବ୍ୟାପାର ବିଭାଗ ଅଧିକାରୀ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଏବଂ କେନ୍ଦ୍ରିୟ କ୍ୟାବିନେଟର ଅଧିକାରୀମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe