କୋଭିଡ୍ ଭ୍ୟାକସିନର ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ : ଟିକା ପ୍ରସ୍ତୁତି, ଟିକାକରଣ ଓ ବଂଟନ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା

51

କନକ ବ୍ୟୁରୋ : କୋଭିଡ୍ ଭ୍ୟାକସିନର ସ୍ଥିତି ନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ଜରିଆରେ ଟିକା ପ୍ରସ୍ତୁତି , ଟିକାକରଣ ଓ ବଂଟନ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନ କରିଛନ୍ତି । କରୋନା ଟିକା ପ୍ରସ୍ତୁତିରେ ଲାଗି ଥିବା ବିଭିନ୍ନ ସଂସ୍ଥା ଆବଶ୍ୟକ ପଡୁଥିବା ଅନୁମତି, ଗବେଷଣା ପାଇଁ ଆବଶ୍ୟକ ହେଉଥିବା ସରକାର ସହଯୋଗ ନେଇ ଏହି ବୈଠକରେ ଆଲୋଚନା ହୋଇଛି । ଏହି ବୈଠକରେ ନୀତି ଆୟୋଗର ଅଧିକାରୀ, ବିଜ୍ଞାନ ଓ ପ୍ରଯୁକ୍ତବିଦ୍ୟା ବିଭାଗ ଅଧିକାରୀ, ବୈଦେଶିକ ବ୍ୟାପାର ବିଭାଗ ଅଧିକାରୀ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଏବଂ କେନ୍ଦ୍ରିୟ କ୍ୟାବିନେଟର ଅଧିକାରୀମାନେ ଉପସ୍ଥିତ ଥିଲେ ।