କନକ ବ୍ୟୁରୋ : ଅଯୋଧ୍ୟାର ଉନ୍ନତି ନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଗୋଟିଏ ମାସରେ ଅଯୋଧ୍ୟା ପ୍ରସଙ୍ଗରେ ଦ୍ୱିତୀୟ ବୈଠକ କରିଛନ୍ତି ମୋଦି । ରାମମନ୍ଦିର କାମ ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ନିକଟରେ ରାମମନ୍ଦିର ପାଇଁ ଜମିକିଣାରେ ଦୁର୍ନୀତି ହୋଇଥିବା ନେଇ ଏସପି ଓ ଆପ୍ ଅଭିଯୋଗ ଆଣିଥିଲେ । ତେବେ ଏସବୁ ଅଭିଯୋଗକୁ ଖଣ୍ଡନ କରିଥିଲା ବିଜେପି ଓ ମନ୍ଦିର ଟ୍ରଷ୍ଟ ବୋର୍ଡ ।

Advertisment

ଅଯୋଧ୍ୟାର ଉନ୍ନତି ନେଇ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ ଏନେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଭର୍ଚୁଆଲ ମିଟିଂ କରିଛନ୍ତି । ବୈଠକରେ ୟୁପିର ଅନ୍ୟ କିଛି ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

ନିକଟରେ ରାମମନ୍ଦିର ପାଇଁ ଜମିକିଣାରେ ଦୁର୍ନୀତି ହୋଇଥିବା ନେଇ ଏସପି ଓ ଆପ୍ ଅଭିଯୋଗ ଆଣିଥିଲେ । ତେବେ ଏସବୁ ଅଭିଯୋଗକୁ ଖଣ୍ଡନ କରିଥିଲା ବିଜେପି ଓ ମନ୍ଦିର ଟ୍ରଷ୍ଟ ବୋର୍ଡ । ଏବେ ମନ୍ଦିର ନିର୍ମାଣ କାର୍ଯ୍ୟର ତଦାରଖ କରୁଛି ଶ୍ରୀ ରାମଜନ୍ମଭୂମି ଟ୍ରଷ୍ଟ । ଗତବର୍ଷ ଫେବ୍ରୁଆରୀରେ ଶ୍ରୀ ରାମଜନ୍ମଭୂମି ଟ୍ରଷ୍ଟ ଗଠନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ରାମମନ୍ଦିର ନିର୍ମାଣ କାର୍ଯ୍ୟର ତତ୍ୱାବଧାନ କରିବା ଏହି ଟ୍ରଷ୍ଟର ଦାୟିତ୍ୱ ।

୨୦୧୯ ନଭେମ୍ବର ମାସରେ ଐତିହାସିକ ରାମମନ୍ଦିର ରାୟ ଆସିଥିଲା । ସୁପ୍ରିମକୋର୍ଟର ୫ ଜଣିଆ ବେଂଚଙ୍କ ରାୟ ରାମ ଲାଲାଙ୍କ ପକ୍ଷରେ ଯାଇଥିଲା । ବିବାଦର ମଂଜି ପାଲଟିଥିବା ୨ ଦଶମିକ ୭ ଏକର ଜମି ମନ୍ଦିର ଟ୍ରଷ୍ଟକୁ ହସ୍ତାନ୍ତର କରାଯିବାକୁ କୋର୍ଟ ରାୟ ଦେଇଥିଲେ । ଏହା ସହ ଅଯୋଧ୍ୟାରେ ସୁନ୍ନି ୱାକଫ ବୋର୍ଡକୁ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ଯୋଗାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।