କନକ ବ୍ୟୁରୋ : ୟୁକ୍ରେନ-ଋଷ ଯୁଦ୍ଧ ଭିତରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଆଜି ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଦୁଇ ଦେଶ ମଧ୍ୟରେ ବିଶେଷ କରି ଟେଡ୍, ସୁରକ୍ଷା, ପ୍ରତିରକ୍ଷା ଉପରେ ଆଲୋଚନା ହେବ । ୟୁକ୍ରେନ -ଋଷ ଯୁଦ୍ଧରେ ଭାରତର ନିରପେକ୍ଷ ଭୂମିକା ଉପରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କଣ କହୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ଇଣ୍ଡୋ ପ୍ୟାସିଫିକ୍ ସ୍ଥତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିବେ ବୋରିସ୍ ଜନସନ୍ । ମିଲିଟାରୀ ହାର୍ଡୱାର ନିର୍ମାଣ କ୍ଷେତ୍ରରେ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ବିଟ୍ରେନ୍ ପ୍ରଧାନମନ୍ତ୍ରୀ ଆଜି ସକାଳେ ଗୁଜୁରାଟର ଅହମ୍ମଦାବାଦରେ ପହଂଚିବାର କାର୍ଯ୍ୟକ୍ରମ ରହିଛି । ଅହମ୍ମଦାବାଦରେ କେତକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସେ ଦିଲ୍ଲୀ ଗସ୍ତରେ ଯିବେ । ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଦିଲ୍ଲୀ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିବେ ବୋରିସ୍ ଜନସନ୍ ।
ଆଜି ଦୁଇ ଦିନଆ ଭାରତ ଗସ୍ତରେ ଆସୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । କଣ କହିବେ ବୋରିସ୍, ରହିଛି ସମସ୍ତଙ୍କ ନଜର
/kanak/media/post_attachments/wp-content/uploads/2022/04/3-29.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)