ସିଡିଏସ ବିପିନ ରାୱତଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ: କହିଲେ, ଜଣେ ଅଦ୍ୱିତୀୟ ଯୋଦ୍ଧାଙ୍କୁ ହରାଇଲୁ

Advertisment
ଆକାଶ ମଝିରୁ ଆଉ ଫେରିଲେନି ବାୟୁବୀର ବିପିନ ରାୱତ । ଆକାଶରେ ଅଘଟଣ, ଉଡିଗଲା ପ୍ରାଣ...  ସ୍ତବ୍ଧ ସାରା ଦେଶ

କନକ ବ୍ୟୁରୋ: ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ମୃତ୍ୟୁ । ବିପିନ ରାୱତଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ମୋଦୀ କହିଲେ, ଜେନେରାଲ ରାୱତ ଥିଲେ ଅଦ୍ୱିତୀୟ ଯୋଦ୍ଧା । ଆମେ ଜଣେ ସଚ୍ଚା ଦେଶ ଭକ୍ତଙ୍କୁ ହରାଇଲୁ । ଦେଶ ବିପିନଙ୍କ ଯୋଗଦାନକୁ କେବେ ଭୁଲିବ ନାହିଁ । ସେନାର ଆଧୁନିକରଣରେ ବିପିନଙ୍କ ଭୂମିକା ଅତୁଳନୀୟ ।

ଆଜି ତାମିଲନାଡୁ କୁନ୍ନୁର ଠାରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ମୃତ୍ୟୁ ହୋଇଛି । ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । କୁହାଯାଉଛି କି କୁହୁଡି କାରଣରୁ ଚପରଟି ଦୁର୍ଘଟଣାରେ ଶିକାର ହୋଇଥିଲା । ଏହି ହେଲିକପ୍ଟରରେ ୧୪ ଜଣ ଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମ ଏଏନଆଇ ସୂଚନା ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe