ସିଡିଏସ ବିପିନ ରାୱତଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ: କହିଲେ, ଜଣେ ଅଦ୍ୱିତୀୟ ଯୋଦ୍ଧାଙ୍କୁ ହରାଇଲୁ

171

କନକ ବ୍ୟୁରୋ: ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ମୃତ୍ୟୁ । ବିପିନ ରାୱତଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ମୋଦୀ କହିଲେ, ଜେନେରାଲ ରାୱତ ଥିଲେ ଅଦ୍ୱିତୀୟ ଯୋଦ୍ଧା । ଆମେ ଜଣେ ସଚ୍ଚା ଦେଶ ଭକ୍ତଙ୍କୁ ହରାଇଲୁ । ଦେଶ ବିପିନଙ୍କ ଯୋଗଦାନକୁ କେବେ ଭୁଲିବ ନାହିଁ । ସେନାର ଆଧୁନିକରଣରେ ବିପିନଙ୍କ ଭୂମିକା ଅତୁଳନୀୟ ।

ଆଜି ତାମିଲନାଡୁ କୁନ୍ନୁର ଠାରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ମୃତ୍ୟୁ ହୋଇଛି । ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । କୁହାଯାଉଛି କି କୁହୁଡି କାରଣରୁ ଚପରଟି ଦୁର୍ଘଟଣାରେ ଶିକାର ହୋଇଥିଲା । ଏହି ହେଲିକପ୍ଟରରେ ୧୪ ଜଣ ଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମ ଏଏନଆଇ ସୂଚନା ଦେଇଛି ।