ତିିନି ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ । ଜର୍ମାନରେ ପ୍ରବାସୀ ଭାରତୀୟଙ୍କ ଭବ୍ୟ ସ୍ୱାଗତ ।

131

କନକ ବ୍ୟୁରୋ: ତିନି ଦିନିଆ ୟୁରୋପୀୟ ଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗସ୍ତର ପ୍ରଥମ ଦିନ ସୋମବାର ଜର୍ମାନୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ବରଲିନରେ ପହଞ୍ଚିବାରେ ପରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ପ୍ରବାସୀ ଭାରତୀୟଙ୍କ ସ୍ୱାଗତ ସାରା ପରିବେଶ କେବଳ ମୋଦୀ ମୋଦୀ ନାରାରେ ପ୍ରକମ୍ପିତ ହୋଇ ଉଠୁଛି । ସେଠାରେ ଥିବା ପ୍ରବାସୀ ଭାରତୀୟ ମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ବେସ ଖୁସି ଅନୁଭବ କରିଥିବା କହିଛନ୍ତି । ସେହିପରି ବର୍ଲିନ ରହୁଥିବା ଜଣେ ଛୋଟ ଛୁଆ ମୋଦୀଙ୍କୁ ଦେଶଭକ୍ତି ଗୀତ ଗାଇ ଶୁଣାଇଛନ୍ତି ଏବଂ ଗୀତରେ ତାଳଦେଇ ସେ କୁନି ପ୍ରତିଭାଙ୍କୁ ଉତ୍ସାହିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତିନି ଦିନିଆ ବିଦେଶ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ । ଏହି ଗସ୍ତ ବେଳେ ଜର୍ମାନୀ, ଡେନମାର୍କ ଏବଂ ଫ୍ରାନ୍ସ ଗସ୍ତ କରିବାର କାର୍ଯକ୍ରମ ରହିଛି । ଗସ୍ତର ପ୍ରଥମ ଦିନରେ ବରଲିନରେ ମୋଦୀଙ୍କ ଗାର୍ଡ ଅଫ ଅନର ଦିଆଯାଇଛି । ଏହାପରେ ଜର୍ମାନ ଚାନସେଲର ଓଲାଫ ସ୍କୋଲଜଙ୍କୁ ଭେଟି ଏନେକ ଗୁରୁତ୍ୱପୂଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ତିନି ଦିନିଆ ଏହି ଗସ୍ତରେ ମୋଦୀଙ୍କର ୨୫ଟି ବୈଠକ ରହିଥିବା ବେଳେ ୮ ଜଣ ୟୁରୋପୀୟ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ସମୟରେ ମୋଦୀ ଅନ୍ତରାଷ୍ଟ୍ରୀୟ ନେତାଙ୍କ ସହ, ସୁରକ୍ଷା, ଆର୍ଥିକ ସମ୍ପର୍କ, ସ୍ଥାୟୀ ବିକାଶ, ଜଳବାୟୁ ପରିବର୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯକ୍ରମ ରହିଛି । ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ରହିଥିବା ବେଳେ ମୋଦୀଙ୍କ ୟୁରୋପ ଗସ୍ତ ଅନେକ ଗୁରୁତ୍ୱ ବହନ କରୁଛି । ଆସନ୍ତା କାଲି ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡିକ୍ସନ ଓ ଫ୍ରାନସ ରାଷ୍ଟ୍ରପତି ଇମାନୁଏଲ ମେକ୍ରୋନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।