ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକବ୍ୟକ୍ତ । କହିଲେ, ରଘୁନାଥଙ୍କ ଦେହାନ୍ତରେ ମୁଁ ଦୁଃଖିତ ।

140

କନକ ବ୍ୟୁରୋ: ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି, ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ଦେହାନ୍ତରେ ମୁଁ ଦୁଃଖିତ । ବିଶ୍ୱ କଳା ଓ ସ୍ଥାପତ୍ୟକୁ ରଘୁନାଥଙ୍କ ଅବଦାନ ଅତୁଳନୀୟ । ପାରମ୍ପରିକ ଶିଳ୍ପକଳାକୁ ଲୋକପ୍ରିୟ କରାଇଥିଲେ ମୋଦୀ । ଏହାସହ ରଘୁନାଥଙ୍କ ପରିବାକୁ ସମବେଦନା ଜଣାଇଥିଲେ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କ ସମେତ ରାଜ୍ୟର ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ ଆଦି ଶୋକ ପ୍ରକାଶ କରିଥିଲେ ।

ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ରଘୁନାଥ ମହାପାତ୍ରଙ୍କ ପରିବାର ଲୋକଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ । କଥା ହୋଇ ରଘୁନାଥଙ୍କ ସ୍ୱାସ୍ଥ୍ୟବସ୍ଥା କଥା ବୁଝିଥିଲେ । ଆଉ ତାଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମଧ୍ୟ ଏମ୍ସ ଡାକ୍ତରୀ ଟିମଙ୍କ ସହ କଥା ହୋଇଥିଲେ ।