ଉପବାସରେ ରହି ମାରାଥନ ରାଲି କରୁଛନ୍ତି ପ୍ରଧାନମନ୍ତ୍ରୀ । ଚୈତ୍ର ନବରାତ୍ରରେ ୯ ଦିନ ଉପାସ ରହି ବିଭିନ୍ନ ରାଜ୍ୟରେ କରୁଛନ୍ତି ଜନସଭା ସହ ରୋଡ ଶୋ ।

88

କନକ ବ୍ୟୁରୋ: ଗୋଟିଏ ପଟେ କର୍ମ, ଅନ୍ୟପଟେ ଧର୍ମ । ମଙ୍ଗଳବାର ଠାରୁ ଚୈତ୍ର ନବରାତ୍ରୀ ଆରମ୍ଭ ହୋଇଥିବା ବେଳେ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ଉପବାସ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉପବାସ କରିବା ସାଙ୍ଗକୁ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟ ରାଜ୍ୟ ବୁଲି ରୋଡଶୋ, ଜନସଭାରେ ସାମିଲ ହୋଇ ଦଳ ପାଇଁ ପ୍ରଚାର ଅଭିଯାନ ଜାରି ରଖିଛନ୍ତି । ଆଗାମୀ ୮ଦିନରେ ବିଭିନ୍ନ ରାଜ୍ୟରେ ପ୍ରାୟ ୨୦ରୁ ଉର୍ଦ୍ଧ ଜନସମାବେଶରେ ପ୍ରଧାନମନ୍ତ୍ରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଦୀର୍ଘ ୪୫ ବର୍ଷ ଧରି ପ୍ରଧାନମନ୍ତ୍ରୀ ନବରାତ୍ରୀ ଅବସରରେ ଉପବାସ ରଖି ଆସୁଛନ୍ତି । ଚଳିତ ବର୍ଷ ନିର୍ବାଚନୀ ବ୍ୟସ୍ତତା ଭିତରେ ମଧ୍ୟ ମୋଦି ନିଜର ଧର୍ମ ପାଳନ କରିବାକୁ ଭୁଲି ନାହାଁନ୍ତି ।

ତାମିଲନାଡ଼ୁରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଶାଳ ରାଲି । ମଙ୍ଗଳବାର ଚେନ୍ନାଇରେ ବିଶାଳ ରୋଡ ଶୋ କରିବା ପରେ ବୁଧବାର କୋଏମ୍ବାଟୁରରେ ଜନସଭାକୁ ସମ୍ବୋଧିତ କରିଛନ୍ତି । ମଂଚ ଉପରୁ କଂଗ୍ରେସ-ଡିଏମକେକୁ ସିଧାସଳଖ ଟାର୍ଗେଟ କରି ମୋଦୀ କହିଛନ୍ତି ଦୀର୍ଘବର୍ଷ ହେବ ରାଜ୍ୟ ସହ ଭେଦଭାବ କରିଛନ୍ତି ଉଭୟ ଦଳ । ପରିବାରବାଦ ଶାସନରେ ଚାଲିଛି ତାମିଲନାଡୁ । ସନାତନ ଧର୍ମ ବିରୋଧରେ ବାରମ୍ବାର ବୟାନ ଦିଏ ଡିଏମେକ, ପ୍ରଭୁ ରାମଙ୍କ ଅପମାନ କରେ କଂଗ୍ରେସ ।