କନକ ବ୍ୟୁରୋ: କିଛି ଦିନର ବ୍ୟବଧାନ ପରେ ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ମାର୍ଚ୍ଚ ୫ ତାରିଖରେ ମୋଦୀ ପୁଣିଥରେ ଓଡିଶା ଆସୁଥିବା ନେଇ ସୂଚନା ମିଳିଛି । ଏହି ଗସ୍ତ ଅବସରରେ ମୋଦୀ ଚଣ୍ଡିଖୋଲରେ ଏକ ସାଧାରଣ ସଭା କରିବା ସହିତ କିଛି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ପ୍ରଧାନମନ୍ତ୍ରୀଙ୍କର ଗସ୍ତର କାର୍ଯ୍ୟସୂଚୀ ପ୍ରସ୍ତୁତ ହେଇନାହିଁ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି ।
ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ମାର୍ଚ୍ଚ ୫ ତାରିଖରେ ମୋଦୀ ଓଡିଶା ଆସୁଥିବା ନେଇ ସୂଚନା
ଚଣ୍ଡିଖୋଲରେ କରିବେ ସାଧାରଣ ସଭା
ସୂଚନା ଦେଲେ ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି #Modi#Odisha#KanakNewspic.twitter.com/adKtA21FHp— Kanak News (@kanak_news) February 29, 2024
ତେବେ ଏହା ପୂର୍ବରୁ ଫେବ୍ରୁଆରୀ ୩ ତାରିଖରେ ଓଡିଶା ଆସିଥିଲେ ମୋଦୀ । ସମ୍ବଲପୁର ଗସ୍ତରେ ଆସି, ସେତେବେଳେ ୬୮ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଖାଲି ସେତିକି ନୁହେଁ, ସମ୍ବଲପୁର ଆଇଆଇଏମ୍ ସ୍ଥାୟୀର କ୍ୟାମ୍ପସର ମଧ୍ୟ ଲୋକାର୍ପଣ କରିଥିଲେ ମୋଦୀ । ଆଉ ଏହାର ପ୍ରାୟ ଏକ ମାସ ପରେ ପୁଣିଥରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/02/16-34.jpg)