ରାଂଚିରେ ବିର୍ସା ମୁଣ୍ଡା ସଂଗ୍ରାହଳୟର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ: ସେପଟେ ଭୋପାଳରେ ଜନସାଧାରଣଙ୍କୁ ଭେଟିଦେଲେ ଅତ୍ୟାଧୁନିକ ରେଳଷ୍ଟେସନ 

173

କନକ ବ୍ୟୁରୋ: ଦେଶ ସ୍ୱାଧୀନ ହେବାପରେ ଦେଶରେ ପ୍ରଥମଥର ପାଇଁ ଜନଜାତୀୟ ଦିବସ ପାଳନ ହେଉଛି । ଏଇ ଏବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ସଂଗ୍ରାମୀ ବିର୍ଷା ମୁଣ୍ଡାଙ୍କ ପ୍ରତିମୂର୍ତିରେ ସ୍ରଦ୍ଧାଂଜଳୀ ଅର୍ପଣ କରିଛନ୍ତି । ଏହାସହ ବିର୍ଷା ମୁଣ୍ଡା ସଂଗ୍ରହାଳୟ ର ଉଦଘାଟନ କରି ଦେଶ ବାସୀଙ୍କୁ ସମପିର୍ତ କରିଛନ୍ତି ପ୍ରଧାନ ମନ୍ତ୍ରୀ ।  ସେହିପରି ଏକ  ଐତିହାସିକ ରେଳ ଷ୍ଟେସନ ର ଉଦଘାଟନ କରିଛନ୍ତି ମୋଦୀ ।

ଜନଜାତୀୟ ଗୌରବ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ସଂଗ୍ରାମୀ ବିର୍ଷା ମୁଣ୍ଡାଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମତେ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ସ୍ୱାଧିନତା ସଂଗ୍ରାମୀ ବିର୍ଷା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମଧ୍ୟପ୍ରଦେଶ ରାଜଧାନୀ ଭେ୍ାପାଲରେ ପହଂଚି ବିର୍ଷା ମୁଣ୍ଡା ସଂଗ୍ରହାଳୟ ର ଉଦଘାଟନ କରି ଦେଶ ବାସୀଙ୍କ ଉଦ୍ୟେଶରେ ସମର୍ପିତ କରିଛନ୍ତି ମୋଦୀ । ଏହି ଅବସରରେ ଆଦିବାସୀ ନେତା ବିର୍ଷା ମୁଣ୍ଡା ଦେଶ ପ୍ରତି ଦେଇଥିବା ଅବଦାନ ଚିର ସ୍ମରଣିୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ସେପଟେ ଭୋପାଲରେ ରାଣୀ କମଳାପତି  ଐତିହାସିକ ରେଳଷ୍ଟେସନର ଉଧଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ପୂର୍ବରୁ ହବିବଗଞ୍ଜ ନାଁରେ ପରିଚତ ଥିବା ଏହି ରେଳ ଷ୍ଟେସନ ର ନାମକୁ ପରିବର୍ତନ କରାଯାଇ ଗଣ୍ଡ ରାଣୀ କମଳାପତି ରେଳଷ୍ଟେସନ୍ ରଖାଯାଇଛି । ଏହାସହ ରେଳ ଷ୍ଟେସନ୍କୁ ପୁନଃଉଦ୍ଧାର କରାଯାଇଛି । ଯାହାକୁ ଉଦଘାଟନ କରିଛନ୍ତି ନରେନ୍ଦ୍ର ମୋଦୀ ।

ରାଣୀ କମଳାପତି ରେଳଷ୍ଟେସନ୍ ଏପରି ଭାବେ ନିର୍ମିତ ହୋଇଛି, ଯାହାକୁ ଦେଖିଲେ ଏୟାରପୋର୍ଟ ଭଳି ଅନୁଭବ ହେବ । ମଧ୍ୟବିତ ଶ୍ରେଣୀର ଟ୍ୟାକ୍ସପେୟରଙ୍କୁ ଏହି ଷ୍ଟେସନ୍ ଏକ ବଡ ଉପହାର ବୋଲି ଉଦ୍ଘାଟନି ସଭାରେ କହିଛନ୍ତି ପ୍ରଧାନମନ୍ତ୍ରୀ ।