କନକ ବ୍ୟୁରୋ : ପରୀକ୍ଷା ଦେଲା ବେଳେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ । କିଏ, କ’ଣ କହୁଛି, ତାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ । ଆପଣ କ’ଣ କରିପାରିବେ, ତା ଉପରେ ବିଶ୍ୱାସ ରଖିବା ଜରୁରୀ । କେବେବି ଚାପଭରା ପରିବେଶ ସୃଷ୍ଟି କରନ୍ତୁ ନାହିଁ । ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଆୟୋଜିତ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି,
ପରୀକ୍ଷା ଦେବେ କେମିତି ? ପ୍ରଧାନମନ୍ତ୍ରୀଙ୍କ ଟିପ୍ସ :
- ପରୀକ୍ଷାକୁ ପର୍ବ ବୋଲି ଭାବିଲେ ପରୀକ୍ଷାର ମଜା ନେଇପାରିବା
- ଜୀବନରେ ଆଗକୁ ବଢିବାକୁ ହେଲେ ଖେଳିବାର ଆବଶ୍ୟକତା
- ନଖେଳିଲେ ନିଜର ଅନ୍ତର୍ନିହିତ ପ୍ରତିଭା ବାହାରକୁ ଆସିବ ନାହିଁ
- ପରୀକ୍ଷା ପୂର୍ବରୁ ନିଜକୁ ଚାପମୁକ୍ତ ରଖିବା ନିହାତି ଜରୁରୀ
- ଅଧିକ ଭାବିଲେ ମନରେ ଅଧିକ ଚାପ ବଢିବ
- ଛାତ୍ରଛାତ୍ରୀମାନେ ପରୀକ୍ଷାକୁ ଜୀବନର ଏକ ଅଂଶ ବୋଲି ଭାବନ୍ତୁ
- ଭଲ କରିବାର ବିଶ୍ୱାସ ରହିଲେ, ପରୀକ୍ଷା ଅଧିକ ସହଜ ହୋଇଯାଏ
- ସୋସିଆଲ ମିଡିଆ ଓ ମୋବାଇଲ ଗେମ୍ ବ୍ୟବହାରର ବଦଭ୍ୟାଷ ଛାଡନ୍ତୁ
- ‘ଅନ୍ଲାଇନ୍’ ଓ ‘ଅଫ୍ଲାଇନ୍’ ବଦଳରେ କିଛି ସମୟ ‘ଇନରଲାଇନ୍’ ହେବା ଜରୁରୀ
ପରୀକ୍ଷା ଦେବେ କେମିତି ? ଶିକ୍ଷା ସଚିବଙ୍କ ଟିପ୍ସ :
- ‘ପରୀକ୍ଷା ପେ ଚର୍ଚ୍ଚା’ ପୂର୍ବରୁ ପରୀକ୍ଷାର ଅସଲ ଉଦ୍ଦେଶ୍ୟ କହିଲେ କେନ୍ଦ୍ର ଶିକ୍ଷା ସଚିବ
- ପରୀକ୍ଷାରେ ନମ୍ବର ଅପେକ୍ଷା ଜ୍ଞାନର ମୂଲ୍ୟାୟନ ଅଧିକ ଜରୁରୀ କହିଲେ ଅନିତା କରୱାଲ
- ବର୍ଷ ଶେଷ କିମ୍ବା କୋର୍ସ ଶେଷ ହେବା ପରେ ପରୀକ୍ଷା କରାଯାଇଥାଏ
- ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ, ଉଚ୍ଚ ଶିକ୍ଷା, ଚାକିରି ପାଇଁ ପରୀକ୍ଷାର ଆବଶ୍ୟକତା ରହିଛି
- ହେଲେ ଛାତ୍ରଛାତ୍ରୀଙ୍କ ଜ୍ଞାନ ଓ ଦକ୍ଷତା ଜାଣିବା ପାଇଁ ପରୀକ୍ଷା ଏକ ମାଧ୍ୟମ ହେବା ଉଚିତ
- ପରୀକ୍ଷା ପାଇଁ ପାଠ ପଢା ସହିତ ଛାତ୍ରଛାତ୍ରୀଙ୍କୁ ବିରତିର ମଧ୍ୟ ଆବଶ୍ୟକତା ରହିଛି
- ଯାହା ଦ୍ୱାରା ପିଲାମାନଙ୍କ ମାନସିକ ବିକାଶ ବୃଦ୍ଧିରେ ଅଧିକ ସହାୟକ ହୋଇଥାଏ
- ଏସୀୟ ଦେଶ ଗୁଡ଼ିକ ଶିକ୍ଷା କ୍ଷେତ୍ରରେ ୟୁରୋପୀୟ ଢାଞ୍ଚାକୁ ଆପଣାଇଥିଲେ
- ଜାତୀୟ ଶିକ୍ଷା ନୀତିରେ ପ୍ରଥମ ଥର ଛାତ୍ରଛାତ୍ରୀଙ୍କୁ ସୁହାଇବା ଭଳି ବ୍ୟବସ୍ଥା ହୋଇଛି
- ପିଲାଙ୍କୁ ଚାପ ମୁକ୍ତ କରିବା ପାଇଁ ‘ଫେଲ୍’ ଶବ୍ଦକୁ ଉଠାଇ ଦେଇଛି ସିବିଏସ୍ଇ
- ତୃତୀୟ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ‘ସଫଲ’ ଆଧାରରେ ମୂଲ୍ୟାୟନ ହେଉଛି
- ସଫଲ ଅର୍ଥାତ୍ ଷ୍ଟ୍ରକ୍ଚରର୍ଡ ଆସେସେମେଣ୍ଟ ଫର ଆନାଲାଇଜିଂ ଲର୍ଣ୍ଣିଂ
- ଏହି ପଦ୍ଧତିରେ ଘୋଷାପାଠର ମୂଲ୍ୟାୟନ ନକରି ଜୀବନ ଅନୁଭୂତିରୁ ଆହରଣ କରିଥିବା ଜ୍ଞାନର ମୂଲ୍ୟାୟନ ହେଉଛି
- ପିଲାଙ୍କ ଉପରୁ ପରୀକ୍ଷା ଚାପ କମାଇବା ପାଇଁ ଶିକ୍ଷକମାନେ ନୂଆ ଢାଞ୍ଚାରେ ପ୍ରଶ୍ନପତ୍ର ତିଆରି କରୁଛନ୍ତି
- ପରୀକ୍ଷା ପଦ୍ଧତିରେ ଏଭଳି ପରିବର୍ତ୍ତନର ସୁଫଳ ମଧ୍ୟ ମିଳିବାରେ ଲାଗିଛି
- ଏନଏଏସ୍ ୨୦୧୭ ଅନୁସାରେ ଅନ୍ୟ ବୋର୍ଡ ତୁଳନାରେ ସିବିଏସ୍ଇ ଛାତ୍ରଛାତ୍ରୀ ଉନ୍ନତ ପ୍ରଦର୍ଶନ କରିଛନ୍ତି