ସଂସଦରେ ହଙ୍ଗାମା ଭିତରେ ଧନ୍ୟବାଦ ଅଭିଭାଷଣ ରଖିଲେ ପ୍ରଧାନମନ୍ତ୍ରୀ। ବିରୋଧୀଙ୍କ ଉପରେ ବର୍ଷିଲେ ହେଲେ,ଧରିଲେନି ଆଦାନୀଙ୍କ ନାଁ।

150

କନକ ବ୍ୟୁରୋ: ଆଦାନୀ ପ୍ରସଙ୍ଗରେ ମୁହଁ ଖୋଲିଲେନି ମୋଦୀ । ବିକାଶ କଥା କହିଲେ, ବିରୋଧୀଙ୍କୁ କଲେ ଟାର୍ଗେଟ । ପାର୍ଲାମେଣ୍ଟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉତ୍ତର ଦେବାବେଳେ କଂଗ୍ରେସ ଓ ବିରୋଧୀଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୁଧବାରଦିନ ଦୀର୍ଘ ସମୟ ଧରି ପାର୍ଲାମେଣ୍ଟରେ ନିଜର ଅଭିଭାଷଣ ରଖିଥିଲେ ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି,
-ବିରୋଧୀଙ୍କ କଥାକୁ ଲୋକେ ଭରସା କରୁନାହାନ୍ତି
-କିଛି ଲୋକ ନିଜ ପରିବାର ପାଇଁ ବଞ୍ଚିଛନ୍ତି
-ସେ କିନ୍ତୁ ୧୪୦ କୋଟି ଲୋକଙ୍କ ପାଇଁ ସେ କାମ କରୁଛନ୍ତି
-ଅହଂକାରରେ ବୁଡୁଥିବା ଲୋକେ ମୋଦୀଙ୍କୁ ଗାଳି ଦେଉଛନ୍ତି
– ଇଡି ସତ ବାହାର କରିବା ପରେ ବିରୋଧୀ ଏକାଠି ହୋଇଛନ୍ତି
-ବିରୋଧୀଙ୍କ ଗାଳିକୁ ଲୋକେ ଗ୍ରହଣ କରିବେ ନାହିଁ

ପ୍ରଧାନମନ୍ତ୍ରୀଙ୍କ ଭାଷଣ ପରେ ପରେ ରାହୁଲ ଗାନ୍ଧୀ ପ୍ରତିକ୍ରିୟା ଦେଇ କହିଛନ୍ତି , ମୋଦୀ ନିଜ ଭାଷଣରେ କାହିଁକି ଆଦାନୀ କଥା ଉଠାଇଲେନି । ଏବେ ବି କେନ୍ଦ୍ର ଆଦାନୀ ପ୍ରସଙ୍ଗରେ ଯୁଗ୍ମ ସଂସଦୀୟ କମିଟି ଗଠନ କରୁ ବୋଲି ଦାବି କରିଛନ୍ତି ରାହୁଲ ।

ପାର୍ଲାମେଣ୍ଟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ନେଇ ଆଲୋଚନା ବେଳେ ଆଦାନୀ ପ୍ରସଙ୍ଗରେ କେନ୍ଦ୍ର ଓ ବିଜେପିକୁ ଟାର୍ଗେଟ କରିଛନ୍ତି ତୃଣମୂଳ ସାଂସଦ ମହୁଆ ମୈତ୍ରୋ । ନିଜ ଭାଷଣ ବେଳେ କଡା ଭାଷାରେ ସେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ । ମହୁଆ ମୈତ୍ର ତାଙ୍କ ଭାଷଣରେ ଏଭଳି କିଛି ଶଦ୍ଦ ପ୍ରୟୋଗ କରିଥିଲେ, ଯାହାକୁ ନେଇ ବିଜେପି ସଦସ୍ୟମାନେ ଆପତ୍ତି ଉଠାଇଥିଲେ । ଏହାକୁ ନେଇ ଲୋକସଭାରେ ପ୍ରବଳ ହଙ୍ଗାମା ହୋଇଥିଲା । ବିଜେପି ସଦସ୍ୟମାନେ ଆପତ୍ତିଜନକ ମନ୍ତବ୍ୟ ପାଇଁ ମୈତ୍ରୋ କ୍ଷମାମାଗନ୍ତୁ ବୋଲି ଦାବି କରିଥିଲେ । ଏହାକୁ କିନ୍ତୁ ପ୍ରତ୍ୟାଖ୍ୟାନ କରିଥିଲେ ତୃଣମୂଳ କଂଗ୍ରେସ ସାଂସଦ । ବିଜେପ ସାଂସଦଙ୍କ ଆପତି ପରେ ମହୁଆ ମୈତ୍ରଙ୍କ ଶବ୍ଦକୁ ସଂସଦୀୟ ବିବରଣୀରୁ ବାଦ୍ ଦିଆଯାଇଥିଲା । ତେବେ ଆଦାନୀ ପ୍ରସଙ୍ଗରେ ବୁଧବାରଦିନ ପାର୍ଲାମେଣ୍ଟରେ ବି ହଙ୍ଗାମା ଦେଖିବାକୁ ମିଳିଛି ।