ରାଷ୍ଟ୍ରୀୟ ଏକତା ଦିବସ ପରେଡରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ : ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ; ସେପଟେ ଇନ୍ଦିରା ଗାନ୍ଧିଙ୍କ ତିରୋଧାନ ଦିବସରେ ଭୁବନେଶ୍ୱରରେ କଂଗ୍ରେସର ଶ୍ରଦ୍ଧାସୁମନ ଅର୍ପଣ

110

କନକ ବ୍ୟୁରୋ : ୨ ଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତର ଦ୍ୱିତୀୟ ଦିନ । ଏହି ଅବସରରେ ସର୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀ, ରାଷ୍ଟ୍ରୀୟ ଏକତା ଦିବସରେ ସର୍ଦ୍ଦାର ପଟେଲଙ୍କୁ କେୱାଡିଆରେ ମୋଦି ଜଣାଇଛନ୍ତି ଶ୍ରଦ୍ଧା ସୁମନ । ଗୁଜରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପହଁଚି , ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସୁଉଚ୍ଚ ପ୍ରତିମୂର୍ତିରେ ଜଣାଇଛନ୍ତି ଶ୍ରଦ୍ଧାସୁମନ । ଷ୍ଟାଚ୍ୟୁ ଅଫ୍ ୟୁନିଟି ଗସ୍ତ କରି ଶ୍ରଦ୍ଧାଂସୁମନ ଦେବା ପରେ ପ୍ରଧାନମନ୍ତ୍ରୀ ଏକତା ଦିବସ ପରେଡରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ମୋଦି ସିଭିଲ୍ ସର୍ଭିସେସ୍ କୁ ସଂବୋଧନ କରିଛନ୍ତି ।

ଆଜି ଅପରାହ୍ନରେ ମୋଦି ସାବରମତୀ ନଦୀ କୂଳରେ ଏକ ସି ପ୍ଲେନ ସେବାକୁ ଲୋକାର୍ପଣ କରିବେ । ସାବରମତୀରୁ କେୱାଡିଆକୁ ଏହା ସେବା ଯୋଗାଇବ । ଏହି ସି ପ୍ଲେନ ଉଭୟ ଜଳ ଓ ସ୍ଥଳ ରେ ଅବତରଣ ଓ ଉଡାଣ କରିପାରିବ । ସି ପ୍ଲେନରେ ୧୯ ଯାତ୍ରୀ ଏଥିରେ ଉଡାଣ ଭରିପାରିବେ ।