କନକ ବ୍ୟୁରୋ : କରୋନା କାଳରେ ପଶ୍ଚିମବଙ୍ଗ ପାଳିତ ହେଉଛି ଜଗତଜନନୀ ମା ଦୁର୍ଗାଙ୍କ ପୂଜାର୍ଚ୍ଚନା । ଆଜି ଭିଡିଓ କନଫରେସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଗା ପୂଜାରେ ସାମିଲ ହୋଇଛନ୍ତି । ଭର୍ଚୁଆଲ ମାଧୟମରେ ଦୁର୍ଗା ପୂଜାରେ ସାମିଲ ହୋଇ ଉଦବୋଧନ ଦେଇଚନ୍ତି ପ୍ରଧାନମନ୍ତ୍ରୀ । ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଛି । ବଙ୍ଗୀୟ ଭାଷାରୁ ମୋଦୀ ନିଜର ଉଦବୋଧନ ଆରମ୍ଭ କରିଥିଲେ ।
ମୋଦୀ କହିଥିଲେ ଯେ, ଭକ୍ତିର ଏତିକି ଶକ୍ତି ଅଛି ଯେ ସେ ଦିଲ୍ଲୀର ରହି ମଧ୍ୟ ପଶ୍ଚିମବଙ୍ଗରେ ଅଛନ୍ତି । ଏହାସହ ମୋଦୀ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନେ ଶସ୍ତ୍ର ଓ ଶାସ୍ତ୍ର ସାହାଯ୍ୟରେ ମା ଭାରତୀଙ୍କ ପୂଜାର୍ଚ୍ଚନା କରିଛନ୍ତି । ଏହି ଅବସରରେ ମୋଦୀ ପଶ୍ଚିମବଙ୍ଗର ସ୍ୱାଧିନତା ସଂଗ୍ରାମୀଙ୍କୁ ମଧ୍ୟ ମନେ ପକାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/30-15.jpg)