ପାର୍ବଣ ପାଇଁ ସତର୍କ କଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ମୋଦି କହିଲେ, ଲକଡାଉନ ଯାଇଛି, ହେଲେ ଯାଇନି ଭାଇରସ୍, ସ୍ଥିତି ନବିଗାଡିବା ପାଇଁ ଦେଲେ ପରାମର୍ଶ । ନବନୀ କହିଲେ, ଭ୍ୟାକସିନ୍ ନଆସିବା ଯାଏଁ ସାବଧାନ, ଘରେ ରହି କରନ୍ତୁ ମା’ଙ୍କ ପୂଜା ।

121

କନକ ବ୍ୟୁରୋ : ଦଶହରା ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରି ପାର୍ବଣ ରୁତୁରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ଦେଶରେ ଲକଡାଉନ ହଟିଛି, ହେଲେ ଭୂତାଣୁ ହଟି ନାହିଁ । କୋଭିଟ ଟିକା ନ ଆସିବା ଯାଏଁ ଆଦୌ ଅବହେଳା କରିବା ନାହିଁ । ଛୋଟିଆ ଧରଣର ଅବହେଳା ବି ପରିବାରର ଖୁସି ଛଡେଇ ନେଇପାରେ ବୋଲି କହିଛନ୍ତି ମୋଦୀ ।

କୋଭିଡ ଟିକା ଆସିଲେ କିପରି ସବୁ ନାଗରିକଙ୍କ ପାଖରେ ପହଂଚି ପାରିବ ସେନେଇ ସରକାର ବ୍ୟବସ୍ଥା କରୁଛନ୍ତି । ଦେଶବାସୀଙ୍କ ସମୂହ ଉଦ୍ୟମ ଓ ଦୀର୍ଘ ୭-୮ ମାସ ଧରି କରିଥିବା ତ୍ୟାଗ ଯୋଗୁଁ ଆଜି ଦେଶର ସ୍ଥିତିରେ ସୁଧାର ଆସୁଛି । ବିକଶିତ ଦେଶ ତୁଳନାରେ ଭାରତରେ କରୋନା ସଂକ୍ରମଣରେ ସୁଧାର ଆସୁଛି । ସଂକ୍ରମଣ ହାର ଓ ମୃତ୍ୟୁ ହାର ଆମେରିକା ଓ ବ୍ରାଜିଲ ଠାରୁ କମ ରହିଛି । ଦେଶରେ ଅର୍ଥନୈତିକ ଗତିବିଧି ବଢିଛି, ଧିରେ ଧିରେ ସବୁ ସ୍ୱାଭାବିକ ହେଉଛି । କୋଭିଡ ବିରୋଧୀ ଲଢେଇରେ ଟେଷ୍ଟ ସଂଖ୍ୟା ବଢିବା ବଡ ଶକ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କ ପାର୍ବଣରେ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । କହିଛନ୍ତି ଶୀତ ଋତୁରେ କରୋନା ଭୟଙ୍କର ରୂପ ନେଇପାରେ । ତେଣୁ ଟୀକା ନବାହାରିବା ଯାଏଁ ଆମକୁ ସତର୍କ ରହିବାକୁ ହେବ ।

Comments are closed.