ମନ୍ଦିର ଖୋଲିବା ଦାବିରେ ଘଣ୍ଟ ପିଟିଲେ ପୂଜକ । ରୋଜଗାର ହରାଇ ଅଭିନବ ଢଙ୍ଗରେ ପ୍ରତିବାଦ କଲେ ଚଣ୍ଡିଖୋଲ ମହାବିନାୟକ ମନ୍ଦିରର ସେବାୟତ

109

କନକ ବ୍ୟୁରୋ : ମନ୍ଦିର ଖୋଲିବା ଦାବିରେ ଘଂଟ ପିଟିଲେ ପୂଜକ । ମହାବିନାୟକ ମନ୍ଦିର ସମ୍ମୁଖରେ ଘଂଟ ପିଟି ପ୍ରତିବାଦ କଲେ ସେବାୟତ । ମନ୍ଦିରକୁ ଭକ୍ତ ଆସୁନଥିବାରୁ ରୋଜଗାର ହରାଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ଚଣ୍ଡିଖୋଲ ମହାବିନାୟକ ମନ୍ଦିର ସେବାୟତ । କହିଲେ ସରକାର ମନ୍ଦିର ଖୋଲ ନହେଲେ ମାସିକ ୫ହଜାର ଟଙ୍କା ସହାୟତା ଦିଅ । ସରକାରଙ୍କ ନିୟମମାନି ମନ୍ଦିର ଗୁଡିକ ଚଳିତ ବର୍ଷ ମାର୍ଚ ୨୨ ତାରିଖରୁ ଏଯାଏଁ ବନ୍ଦ ରହିଛି । ଫଳରେ ମନ୍ଦିରକୁ ଭକ୍ତଙ୍କ ଆଗମନରେ ବନ୍ଦ ରହିଛି ।

ଦୀର୍ଘ ୮ ମାସରୁ ଅଧିକ ହେବ ରାଜ୍ୟର ଦେବାଳୟ ବନ୍ଦ ରହିଥିବା ବେଳେ ଯାଜପୁର ଜିଲ୍ଳାର ପ୍ରମୁଖ ଶୈବପୀଠ ମହାବିନାୟକ ମନ୍ଦିରରେ ମଧ୍ୟ ସାଧାରଣ ଦର୍ଶନ ବନ୍ଦ ରହିଛି । କିନ୍ତୁ ସେବାୟତମାନେ ପ୍ରତିଦିନ ମହାପ୍ରଭୁଙ୍କର ନୀତିକାନ୍ତି କରି ଆସୁଛନ୍ତି । ମାତ୍ର ସାଧାରଣ ଲୋକଙ୍କୁ ବାରଣ କରାଯାଇଥିବାରୁ ସେବାୟତମାନେ ଦୀର୍ଘ ଦିନ ହେବ ରୋଜାଗର ହରାଇ ଆଜି ଅଭିନବ ଢଙ୍ଗରେ ମନ୍ଦିର ସମ୍ମୁଖରେ ଘଂଟ ବଜାଇ ପ୍ରତିବାଦ କରିଛନ୍ତି ।

ଏପରିକି ସରକାର ମନ୍ଦିର ନଖୋଲିଲେ ମାସିକ ୫ହଜାର ଟଙ୍କା ଦେବାପାଇଁ ଦାବୀ କରିଛନ୍ତି । ସେପଟେ ସେବାୟତମାନଙ୍କ ପ୍ରତିବାଦକୁ ଭକ୍ତମାନେ ମଧ୍ୟ ସମର୍ଥନ ଜଣାଇ ମନ୍ଦିର ଖୋଲିବାକୁ ନିବେଦନ କରିଛନ୍ତି ।