ଭାଦ୍ରବରେ ଆକାଶଛୁଆଁ ପରିବା ଦର : ୫୦ ଉପରେ ପରିବାର ଦର; ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଲେ, କ୍ଷୟକ୍ଷତି ଆକଳନ ପରେ ଚାଷୀଙ୍କୁ ଦିଆଯିବ ଭରଣା ଅର୍ଥ

ଲଗାଣ ବର୍ଷା ଓ ବନ୍ୟା ଯୋଗୁ ଉଜୁଡିଗଲା ଫସଲ

495

କନକ ବ୍ୟୁରୋ : ପରିବାର ଦର ଆକାଶ ଛୁଆଁ ହୋଇଛି । ସମସ୍ତ ପରିବାର ୫୦ ଟଙ୍କା ଉପରେ ରହିଛି । ବାଇଗଣ ୬୦ ଟଙ୍କା, ବିମ୍ସ ୧୪୦ ଟଙ୍କା, ଭେଣ୍ଡି ୬୦ ଟଙ୍କା, ଟମାଟୋ ୫୦ ଟଙ୍କା,ଝୁଡଙ୍ଗ ୬୦ ଟଙ୍କା,କଖାରୁ ଦର ୩୦ ଟଙ୍କା ରହିଛି । ବର୍ଷା ଓ ବନ୍ୟା ପାଣି ଯୋଗୁ ଫସଲ ଉଜୁଡିଯିବାରୁ ପରିବା ଦର ବୃଦ୍ଧି ହୋଇଛି ।

ସେପଟେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ ବର୍ତ୍ତମାନ ବନ୍ୟା ପାଇଁ ପନିପରିବା କ୍ଷୟକ୍ଷତି ହେବ । ଆକଳନ ପରେ ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର କ୍ଷୟକ୍ଷତିର ଭରଣା ଅର୍ଥ ଦିଆଯିବ । ଚାଷରେ ପାଣି ମାଡ଼ ଫଳରେ ଚାହିଦା ଓ ଯୋଗାଣ ପାଇଁ ଦର ବଢୁଛି ।