କନକ ବ୍ୟୁରୋ: ସୀମା ଡେଇଁଲେ ଅଧା ଦରରେ ମିଳୁଛି ଆଳୁ । ଓଡ଼ିଶା ଆସୁଥିବା ଆଳୁ ଗାଡ଼ିକୁ ପଶ୍ଚିମବଙ୍ଗ ସରକାର ଫେରାଇ ନେବା ପରେ ଓଡ଼ିଶାରେ ଆଳୁ ଦର ମହଙ୍ଗା ହୋଇପଡିଛି । ସେପଟେ କିନ୍ତୁ ପଶ୍ଚିମବଙ୍ଗରେ ଆଳୁ ଓଡ଼ିଶାଠାରୁ ଅଧା ଦାମରେ ମିଳୁଛି । ତେଣୁ ସୀମାନ୍ତରେ ଥିବା ଓଡ଼ିଶାବାସୀ ସୀମା ଡେଇଁ ପଶ୍ଚିମବଙ୍ଗରେ ଆଳୁ କିଣୁଛନ୍ତି ।

Advertisment

ଓଡ଼ିଶାରେ ଆଳୁ ସଂକଟ । ଆଳୁ କିଲୋକୁ ୪୦ରୁ ୫୦ ଟଙ୍କା । କିନ୍ତୁ ବାଲେଶ୍ବର ସୀମାନ୍ତ ପଶ୍ଚିମବଙ୍ଗର ଦାନ୍ତୋନ ଅଂଚଳରେ ଆଳୁ ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଛି । ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗର ସାର୍ଥା ଗାଁରେ ପହଂଚି ସ୍ଥିତି ପରଖିଛି କନକ ନ୍ୟୁଜ ।

ଓଡ଼ିଶାରୁ ମାତ୍ର ଗୋଟିଏ କିଲୋମିଟର ଡେଇଁଲେ ଆଳୁ ଅଧା ଦାମରେ ମିଳୁଛି । ତେଣୁ ଜଳେଶ୍ବର ଅଂଚଳର ଲୋକ ପଶ୍ଚିମବଙ୍ଗରୁ ଆଳୁ କିଣି ଘରକୁ ଆଣୁଛନ୍ତି ।
ଓଡ଼ିଶାରେ ଆଳୁ ଦର ୪୦ରୁ ୫୦ ଟଙ୍କା
ସୀମା ଡେଇଁଲେ ଅଧା ଦରରେ ମିଳୁଛି ଆଳୁ
୨୫ ରୁ ୩୦ ଟଙ୍କାରେ ବିକ୍ରି ହେଉଛି ଆଳୁ
ପଶ୍ଚିମବଙ୍ଗରେ ଆଳୁ କ୍ବିଣ୍ଟାଲ ୨ ହଜାର
ଓଡ଼ିଶାରେ ଆଳୁ କ୍ବିଣ୍ଟାଲ ୪ ହଜାର ପାର

ସୀମାନ୍ତ ଅଂଚଳର ଓଡ଼ିଶାବାସୀ ଆଳୁ ପାଇଁ ପଶ୍ଚିମବଙ୍ଗକୁ ଯାଉଛନ୍ତି । ସେହିପରି ପଶ୍ଚିମବଙ୍ଗର ଲୋକ ମଧ୍ୟ ପନିପରିବା ପାଇଁ ଓଡ଼ିଶା ଆସୁଛନ୍ତି । ମମତା ସରକାରଙ୍କ ଆଳୁ କଟକଣାକୁ ପଶ୍ଚିମବଙ୍ଗ ବାସିନ୍ଦା ନାପସନ୍ଦ କରିଛନ୍ତି ।

ଆଳୁ ପାଇଁ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଦ୍ୱନ୍ଦ ଯୋଗୁଁ ସାଧାରଣ ଖାଉଟି କ୍ଷତି ସହୁଛନ୍ତି । ସୀମାନ୍ତ ସୁନା କଣିଆ ନାକା ପଏଣ୍ଟ ନିକଟରେ ପୋଲିସ ଜଗି ରହିଥିବାରୁ ଚୋରାରେ ଝାଡ଼ଖଣ୍ଡ ଦେଇ ଗାଡ଼ି ପିଛା ୨୦ ରୁ ୨୫ ହଜାର ହାତଗୁଞ୍ଜା ଦେଇ ଆଳୁ ଆଣୁଥିବା କହିଛନ୍ତି କିଛି ବ୍ୟବସାୟୀ ।