କନକ ବ୍ୟୁରୋ: ତିନିଦିନିଆ ଓଡିଶା ଗସ୍ତ ସାରି ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜଭବନରୁ ବାହରି ସିଧା ବିମାନବନ୍ଦର ଯାଇଥିଲେ ମହାମହିମ । କଟକ, ଭୁବନେଶ୍ୱରରେ ସେ ଗତ ୩ ଦିନ ଧରି ବିଭିନ୍ନ କାର୍ଯ୍ୟକ୍ରମରରେ ସାମିଲ ହୋଇଥିଲେ । ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ସେ ଦିଲ୍ଲୀ ଫେରିଯାଇଛନ୍ତି ।
ରାଷ୍ଟ୍ରପତିଙ୍କ ବିଦାୟୀ ବେଳେ ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/vlcsnap-2023-07-27-17h45m58s261.jpg)