କନକ ବ୍ୟୁରୋ: ଘୋଷଯାତ୍ରା ଦେଖିବେ ରାଷ୍ଟ୍ରପତି । ଚଳିତଥର ରଥଯାତ୍ରା ଦେଖିବାକୁ ପୁରୀ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜୁଲାଇ ୬ରୁ ୯ ତାରିଖ ଯାଏ ଓଡିଶା ଗସ୍ତରେ ରହିବେ ମହାମହିମ । ଏହି ସମୟରେ ଭୁବନେଶ୍ୱର ଏବଂ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସୂଚନା ରହିଛି ।