କନକ ବ୍ୟୁରୋ : ଋଣ ଟଙ୍କା ନଶୁଝିବାରୁ ମହିଳା ଗୋଷ୍ଠୀ ସଭାପତିଙ୍କ ଘର ସମ୍ମୁଖରେ ଗ୍ରୁପ୍ ସଦସ୍ୟାଙ୍କ ଧାରଣା। ପିଣ୍ଡାରେ ଚୁଲି ତିଆରି କରି ରୋଷେଇ କରି ଅଭିନବ ଉପାୟରେ ପ୍ରତିବାଦ। ସୁଧ ଓ ଋଣ ଟଙ୍କାକୁ ନେଇ ମହିଳା ସଭାପତିଙ୍କ ଗ୍ରୁପର ସଦସ୍ୟା ମାନେ 3 ଦିନ ହେବ ଧାରଣାରେ ବସିଛନ୍ତି। ବାଲେଶ୍ବର ଭୋଗରାଇ ଜଗନ୍ନାଥପୁର ପଞ୍ଚାୟତର ବାବା ଚନ୍ଦନେଶ୍ବର ଏସଏଚଜି ଗ୍ରୁପର ସଭାପତି ଋଣ ଟଙ୍କା ଶୁଝୁନଥିବାରୁ ଗ୍ରୁପର ସଦସ୍ୟା ମାନେ ଅଭିଯୋଗ କରିଛନ୍ତି।

Advertisment

୨୦୧୭ରେ ଗ୍ରୁପ୍ ସଦସ୍ୟ ମାନେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ୩ଲକ୍ଷ ୬୦ ହଜାର ଋଣ ଉଠାଇଥିଲେ। ବର୍ଷେ ପରେ ଗ୍ରୁପର ସଦସ୍ୟା ମାନେ ସୁଧ ଓ ଋଣ ଟଙ୍କା ଶୁଝିବାକୁ ସଭାପତି ମୀରା ମିର୍ଧାଙ୍କୁ ଦେଇଥିଲେ। ତେବେ ମୀରା ଏହି ଟଙ୍କା ମଧ୍ୟରୁ ବ୍ୟାଙ୍କରେ ୧ଲକ୍ଷ ଟଙ୍କା ଜମା କରିଥିବା ବେଳେ ବାକି ୨ଲକ୍ଷ ୬୦ ହଜାର ଟଙ୍କା ଜମା କରିନଥିଲେ। ଏନେଇ ସଭାପତିଙ୍କୁ ଗ୍ରୁପ୍ ସଦସ୍ୟା ମାନେ ପଚାରିଥିଲେ ମଧ୍ୟ ଏହାର ଉତ୍ତର ଦେଇନଥିଲେ ସଭାପତି। ଏହାକୁ ନେଇ ସଭାପତିଙ୍କ ଠାରୁ ଟଙ୍କା ଆଦାୟ ପାଇଁ ଏଭଳି ଅଭିନବ ଉପାୟ ଆପଣାଇଛନ୍ତି ଗ୍ରୁପର ସଦସ୍ୟା।