କନକ ବ୍ୟୁରୋ: ରାଉରକେଲା ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲର ଉଦଘାଟନ କଲେ ରାଷ୍ଟ୍ରପତି । ୨ଶହ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ହେଲା ଲୋକାର୍ପିତ । ସେଲ ଏବଂ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ଇସ୍ପାତ ସ୍ନାତକୋତର ପ୍ରତିଷ୍ଠାନ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲକୁ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।
ଏହି ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଉପସ୍ଥିତ ଥିଲେ ।
ପୂର୍ବରୁ ରାଉରକେଲା ଏନଆଇଟିର ୧୮ ତମ ସମାବର୍ତନ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଜିର ସମାବର୍ତନ ଉତ୍ସବରେ ରାଉରକେଲା ଏନଆଇଟିର ମୋଟ୍ ୧୪୭୦ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା । ଏମାନଙ୍କ ମଧ୍ୟରେ ୭୫୩ ବିଟେକ୍ ସ୍ନାତକ, ୫୯୯ ଏମଟେକ୍, ୧୧୮ ଜଣ ପିଏଚଡି ଧାରୀ ରହିଛନ୍ତି । ବିଶେଷ ଉକ୍ରର୍ଷତା ପାଇଁ ୧୧ ଜଣଙ୍କୁ ଗୋଲଡ ମେଡାଲ ଓ ୭୦ ଜଣଙ୍କୁ ସିଲଭର ମେଡାଲ ପ୍ରଦାନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2021/03/2-35.jpg)