କନକ ବ୍ୟୁରୋ: ରାଷ୍ଟ୍ରପତି ହେବାର ଏକବର୍ଷ ପୂର୍ତି ଅବସରରେ ୩ ଦିନିଆ ଓଡିଆ ଗସ୍ତରେ ଅଛନ୍ତି ମହାମହିମ । ଆଉ ରାଷ୍ଟ୍ରପତିଙ୍କ ସକାଳ ଆରମ୍ଭ ହୋଇଥିଲା କଟକ ଚଣ୍ଡୀମନ୍ଦିରରେ ପୂଜାର୍ଚ୍ଚନାରୁ । ସଡ଼କ ପଥରେ ଭୁବନେଶ୍ୱରରୁ କଟକ ଯାଇ ଚଣ୍ଡିମନ୍ଦିରରେ ପ୍ରାୟ ୧୫ ମିନିଟ ରହିଥିଲେ ମହାମହିମ । ମନ୍ଦିରରୁ ବାହାରିବା ପରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ ।

Advertisment

ମାଆ କଟକଚଣ୍ଡୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଛୋଟ ପିଲାଙ୍କୁ ଚକୋଲେଟ ବାଂଟିଥିଲେ ରାଷ୍ଟ୍ରପତି ମନ୍ଦିରରୁ ବାହାରି ଶୈଳବାଳା ମହିଳା ମହାବିଦ୍ୟାଳୟକୁ ଯିବା ବେଳେ ଚଣ୍ଡି  ଛକରେ ପିଲାଙ୍କୁ ଚକୋଲେଟ ବାଂଟିଛନ୍ତି । ନିଜ କାରକେଡକୁ ଅଟକାଇ ଗାଡିରୁ ବାହାରି ମହାମହିମ ସେଠାରେ ଅଟକିଥିବା ପିଲାଙ୍କୁ ଚକୋଲେଟ ବାଂଟିଥିଲେ । ଶୈଳବାଳା ମହିଳା ମହାବିଦ୍ୟାଳୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧୁବାବୁଙ୍କ ଫଟୋଚିତ୍ର ଉପହାର ଭାବେ ଦିଆଯାଇଛି । ଏହା ପରେ  ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ସଂଗ୍ରହାଳୟ ଯାଇ ସେଠାରେ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ଏହା ସହ ସଂଗ୍ରହାଳୟର ବିଭିନ୍ନ ଗ୍ୟାଲେରି ବୁଲି ଦେଖିଥିଲେ ରାଷ୍ଟ୍ରପତି ।

କଟକରେ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ମଧ୍ୟରେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ସାମିଲ ହୋଇଛନ୍ତି ମହାମହିମ । ସେ କହିଛନ୍ତି. ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏକ ମିନି ଇଣ୍ଡିଆ । ମହାମାରୀ ବେଳେ ଚିକିତ୍ସକ ମାନେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ଡାକ୍ତରୀ ଏକ ବୃତି ନୁହେଁ, ଏକ ବ୍ରତ ବୋଲି କହିଛନ୍ତି ରାଷ୍ଟ୍ରପତି ।

କଟକର ଜଣେ ଚିତ୍ର ଶିଳ୍ପୀ ମହାମହିମଙ୍କର ଏକ ପେନସିଲରେ ରାଷ୍ଟ୍ରପତିଙ୍କର ଏକ ଛବି ପ୍ରସ୍ତୁତ କରିଛନ୍ତି । ଚିତ୍ରଶିଳ୍ପୀ ଜି.ତ୍ରିବେଣୀ ରାଷ୍ଟ୍ରପତିଙ୍କର ଏକ ସୁନ୍ଦର ଚିତ୍ର ଆଙ୍କି ଉପହାର ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ଦେଇଛନ୍ତି । ଓଡ଼ିଶାର ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରଠାରୁ ସେ ଏହି ଛବିକୁ ଉପହାର ଦେବା ପାଇଁ ଚାହୁଁଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଉପହାର ଦେବା ତିଆରି ହୋଇଛି ପିତଳ ମୂର୍ତି । ହାଇକୋର୍ଟ ପରିସରରେ ରାଷ୍ଟ୍ରପତିଙ୍କୁ ଭେଟିବା ସମୟରେ ଏହି ନିଆରା ଉପହାର ଦେଇଛନ୍ତି ଭାଷ୍କର୍ଯ୍ୟ ଶିଳ୍ପୀ ରବିନାରାୟଣ ରଥ । ଗୁରୁବାର ଗସ୍ତର ତୃତୀୟ ଦିନରେ ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ।