ମହାମହିମଙ୍କ ଭାଷଣ ବେଳେ କଟିଗଲା ବିଜୁଳି: କିଟମିଟି ଅନ୍ଧାର ଭିତରେ ଅଭିଭାଷଣ ଜାରି ରଖିଥିଲେ ରାଷ୍ଟ୍ରପତି

272

କନକ ବ୍ୟୁରୋ: ମହାମହିମ ରାଷ୍ଟ୍ରପତି ଦୀକ୍ଷାନ୍ତ ଅଭିଭାଷଣ ରଖୁଥିବାବେଳେ ବିଜୁଳି କଟି ଯାଇଥିଲା, ହେଲେ ସେ ଅଟକି ନଥିଲେ । କିଟ୍ିମିଟି ଅନ୍ଧାର ଭିତରେ, ଅଭିଭାଷଣ ଜାରି ରଖିଥିଲେ । ହଲରେ ବସିଥିବା ଅତିଥି ଓ ଛାତ୍ରଛାତ୍ରୀ ଦେଖାଯାଉନଥିଲେ ବି ହୃଦୟକୁ ଛୁଇଁବା ଭଳି ଭାଷଣ ଦେଇଥିଲେ । ପୋଡିୟମରେ ଜଳୁଥିବା କ୍ଷୀଣ ଆଲୁଅରେ ଭାଷଣ ଦେଇଥିଲେ ରାଷ୍ଟ୍ରପତି । ବିଜୁଳି କଟିଯିବାରୁ ସେ ବିରକ୍ତ ହେବା ବଦଳରେ, କହିଥିଲେ, ‘ଆଲୁଅ ଯେତିକି ଅନ୍ଧାର ସେତିକି, ଏହି ଯେ ଗହନ ବନ’ ।

ନିଜର ସାଧାରଣ ଜୀବନ ଶୈଳୀ ଓ ସରଳ ସ୍ୱଭାବ ପାଇଁ ସାରା ଦେଶରେ ଆଦର ସାଉଁଟୁଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଅନ୍ଧାର ଭିତରେ ଭାଷଣ ଦେଇ ସକରାତ୍ମକ ମନୋଭାବର ଆଉ ଏକ ବାର୍ତା ଦେଇଛନ୍ତି । ଅନ୍ଧାରକୁ ଡରି ନଯାଇ, ଆଲୋକକୁ ଅପେକ୍ଷା ନକରି, କେମିତି ଯାତ୍ରା ଜାରି ରଖିବାକୁ ହେବ ତାହା କରି ଦେଖାଇଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ନାଗରିକ ହେବାର ସମ୍ମାନ ପାଇଥିଲେ ବି ନିଜକୁ ସାଧାରଣ ସମାଜର ଜଣେ ଅଂଶ ବୋଲି ଭାବନ୍ତି । ବିଭିନ୍ନ ସମୟରେ ନିଜର ଅଂଗେନିଭା ଅନୁଭୂତିକୁ ବାଂଟି ଅନ୍ୟମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥାନ୍ତି ।