କନକ ବ୍ୟୁରୋ: ବଢୁଛି କରୋନା ଭୟ । ହୋଲିରେ ବଡ ସମାବେଶ ନକରିବାକୁ ସ୍ୱାସ୍ଥ୍ୟସଚିବଙ୍କ ଆହ୍ୱାନ । ତେବେ ରାଜ୍ୟରେ କରୋନା ଭାଇରସର ପ୍ରାର୍ଦୁଭାବ ସେତେ ନଥିଲେ ବି ସରକାରଙ୍କ ତରଫରୁ ଲୋକଙ୍କୁ ଏଥିପାଇଁ ସଚେତନ କରାଯାଇଛି ଏବଂ ହୋଲିକୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଭରି ରହିଥିବା ବେଳେ ହୋଲି ଖେଳିବା ସମୟରେ କି ପ୍ରକାର ସତର୍କତା ତଥା ଦିଗ ପ୍ରତି ବେଶି ଧ୍ୟାନ ଦେବା ଦରକାର ସେ ସଂପର୍କରେ ମଧ୍ୟ ପରାମର୍ଶ ଦିଆଯାଇଛି ।
ହୋଲି ଖେଳିବା ସମୟରେ..
• କରମର୍ଦ୍ଦନ କରନ୍ତୁ ନାହିଁ
• ପରସ୍ପରକୁ ଆଲିଙ୍ଗନ କରନ୍ତୁ ନାହିଁ
• ମୁହଁରେ ରଙ୍ଗ ବୋଳନ୍ତୁ ନାହିଁ
• ବାରମ୍ବାର ହାତକୁ ସାବୁନରେ ଧୁଅନ୍ତୁ
• ଦଳବଦ୍ଧ ହୋଇ ହୋଲି ଖେଳିବା ବା ସ୍ନାନ କରିବା ଆଦିରୁ ଦୂରେଇ ରୁହନ୍ତୁ
• ସର୍ଦ୍ଦି, କାଶ, ଜ୍ୱର ହେଉଥିଲେ ଆଦୌ ହୋଲି ଖେଳନ୍ତୁ ନାହିଁ
• ଯଦି ଆପଣ ଜ୍ୱର, କାଶ କିମ୍ବା ଶ୍ୱାସକ୍ରିୟାରେ କୌଣସି କଷ୍ଟ ଅନୁଭବ କରନ୍ତି । ତେବେ ତୁରନ୍ତ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତୁ ।
ହୋଲି ପୂର୍ବରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କେତେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛି । ହୋଲି ଖେଳରେ ମୁହଁରେ ରଂଗ ନଲଗାବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ । ଥଣ୍ଡା, ଛିଙ୍କ, କାଶ ହେଉଥିଲେ ହୋଲି ନଖେଳିବାକୁ କହିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଂଜ ଧଳ । ଏହାଛଡା ଏକା ସାଂଗରେ ଗାଧୋଇବାକୁ ବି ବାରଣ କରିଛନ୍ତି । ଆଲିଙ୍ଗନ ଓ କରମର୍ଦ୍ଦନ ଠାରୁ ଦୂରେଇ ରହିଲେ ଭଲ ବୋଲି କହିଛନ୍ତିା ଏକାଠି ହୋଇ ସମାବେଶରେ ହୋଲି ନଖେଳି ଘର ଭିତରେ ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି । ସେପଟେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି, ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ମାନିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । ଏବଂ ସ୍କୁଲ ପିଲାମାନେ ବଡ ସମାବେଶରେ ହୋଲି ନଖେଳିବାକୁ ପରାମର୍ଶ ଦେଇଛନ୍ତି ।