ପୁଣି ବଢିଲା ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚା। ଆସନ୍ତାମାସରେ ଓଡିଶା ଆସୁଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗ

2,289

କନକ ବ୍ୟୁରୋ: ଆସନ୍ତା ମାସରେ ଓଡିଶା ଗସ୍ତରେ ଆସିବେ କେନ୍ଦ୍ରୀୟ ନିର୍ବାଚନ ଅଧିକାରୀ । ଏହା ପୂର୍ବରୁ ରାଜ୍ୟରେ ନିର୍ବାଚନ ପାଇଁ ଆବଶ୍ୟକ ଇଭିଏମ୍ ପହଞ୍ଚି ସାରିଛି । ରାଜ୍ୟରେ ଆଗୁଆ ବିଧାନସଭା ନିର୍ବାଚନ ହେବା ନେଇ ଚର୍ଚ୍ଚା ଭିତରେ ଏପରି ଏକ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । ସେପ୍ଟେମ୍ବର ୧୩ ତାରିଖରେ କେନ୍ଦ୍ରୀୟ ନିର୍ବାଚନ ଅଧିକାରୀ ଓଡିଶା ଆସି ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଅକ୍ଟୋବର ମାସରେ ସମସ୍ତ ଇଭିଏମର ଯାଞ୍ଚ ହେବ ବୋଲି ସୂଚନା ରହିଛି । ଭୋଟର ତାଲିକାର ସଂଶୋଧନ ହେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ରହିଛି । ତେବେ ଏହା ନିର୍ବାଚନ ପୂର୍ବର ଏକ ପ୍ରକ୍ରିୟା ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।