ବାୟୁସେନା ଦିବସ ଆଗରୁ ପାରାଚ୍ୟୁଟ ଟ୍ରୁପର ଅଭ୍ୟାସ । ହିଣ୍ଡେନ ଏୟାରବେସରେ କୌଶଳ ଦେଖାଇଲା ଆକାଶଗଙ୍ଗା ଟିମ୍ : ୮ ତାରିଖରେ ପାଳନ ହେବ ପ୍ରତିଷ୍ଠା ଦିବସ

174

କନକ ବ୍ୟୁରୋ : ଆସନ୍ତା ୮ ତାରିଖରେ ଭାରତୀୟ ବାୟୁସେନା ପାଳନ କରିବ ଏହାର ପ୍ରତିଷ୍ଠା ଦିବସ । ଏହା ଆଗରୁ ଚାଲିଛି ଜୋରଦାର ପ୍ରସ୍ତୁତି । ଏବେ ଗାଜିଆବାଦରେ ଅଭ୍ୟାସ କରୁଛନ୍ତି ପାରାଟ୍ରୁପସ୍ ଟିମ୍ । ଆକାଶଗଙ୍ଗା ପାରାଚୁଟ୍ ଟିମ୍ ଆକାଶରେ ଦେଖାଉଛନ୍ତି କଳାକୌଶଳ । ଭାରତୀୟ ବାୟୁସେନାର ସ୍କାଇ ଡାଇଭର୍ସ ଯବାନ ଆକାଶଗଙ୍ଗା ଟିମରେ ସାମିଲ ଅଛନ୍ତି ।

ଫୁଲ ଡ୍ରେସରେ ଆଜି ଗାଜିଆବାଦର ଏୟାରଫୋର୍ସ ବେସରେ ଅଭ୍ୟାସ କରିଛନ୍ତି । ଏହି ସମୟରେ ଆକାଶରେ ଆକାଶଗଙ୍ଗା ଟିମର ଆଖିଝଲସା ଷ୍ଟଂଟ ଦେଖିବାକୁ ମିଳିଥିଲା । ସେପଟେ ବାୟୁସେନା ଦିବସ ପରେଡ ପାଇଁ ମଧ୍ୟ ଚାଲିଛି ଫୁଲଡ୍ରେସ୍ ରିହରସଲ୍ ।