ମିଠୁ କୁ ନେଇ ମୁକେଶ ଖାନାଙ୍କ ମନ୍ତବ୍ୟ, ମହିଳା ମାନେ ବାହାରକୁ ବାହାରିବା ହେଉଛି ମିଠୁ ର ମୁଖ୍ୟ କାରଣ …..

396

କନକ ବ୍ୟୁରୋ : ଅଭିନେତା ମୁକେଶ ଖାନା ବିବାଦ ସହିତ ବନ୍ଧୁ ବାନ୍ଧି ସାରିଲେଣି । ବିନା କାରଣରେ ବିବାଦିୟ ବୟାନ ଦେଇ ବାରମ୍ବାର ଲୋକଙ୍କ ସମାଲୋଚନାର ଶିକାର ହେଉଛନ୍ତି ଏହି ଚର୍ଚ୍ଚିତ ଅଭିନେତା । କିଛି ବିବାଦିୟ ବୟାନକୁ ନେଇ କପିଲ ଶର୍ମାଙ୍କ ସହ ତାଙ୍କର ବିବାଦ ଲାଗି ରହିଥିବା ବେଳେ ଏବେ ସୋସିଆଲ ମିଡିଆରେ ତାଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହେବାକୁ ଲାଗିଛି । ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ଭିଡିଓରେ ମୁକେଶ ଖାନା ମିଠୁ କୁ ନେଇ ତାଙ୍କର ମତା ମତ ରଖିବା ସହ ମହିଳା ଓ ପୁରୁଷ ମାନଙ୍କର କର୍ତ୍ତବ୍ୟ ଉପରେ ସେ ଜ୍ଞାନ ବାଣ୍ଟୁଥିବାର ଦେଖିବାକୁ ମିଳିଛି ।

ଭାଇରାଲ ହୋଇଥିବା ଭିଡିଓରେ ମହିଳା ମାନେ ବାହାରକୁ ବାହାରିବା ଉପରେ ଆପତ୍ତି ଜଣାଇଛନ୍ତି ମୁକେଶ ଖାନା । ଏନେଇ ସେ କହିଛନ୍ତି କି ମହିଳାଙ୍କ ଉପରେ ହେଉଥିବା ହିଂସା ଓ ଅସଦାଚରଣର କେବଳ ଗୋଟିଏ କାରଣ ହେଉଛି ମହିଳା ମାନେ ବାହାରକୁ ବାହାରିବ । ବିବାଦୀୟ ବୟାନ ଏତିକିରେ ସରି ନାହିଁ । ବଲିଓଡ ଠୁ ଆରମ୍ଭ କରି କର୍ମକ୍ଷେତ୍ରରେ ମହିଳା ମାନେ ଯେଭଳି ମି ଠୁ ରେ ଶିକାର ହେଉଛନ୍ତି ତାହା ଉପରେ ସେ ବି ବୟାନ ଦେଇଛନ୍ତି । ସେ କହିଛନ୍ତି କି ମି ଠୁ ସେତେବେଳେ ଆରମ୍ଭ ହେଲା ଯେତେବେଳେ ମହିଳା ମାନେ ଘରୁ ବାହାରକୁ ବାହାରି ଚାକିରୀ କଲେ । ସେମାନେ ଆଜି ପୁରୁଷଙ୍କ କାନ୍ଧରେ କାନ୍ଧ ମିଳାଇ କାମ କରିବାକୁ ଚାହୁଁଛନ୍ତି । ଏହା ଦ୍ୱାରା ସବୁଠାରୁ ବେଶି ଅବହେଳିତ ହେଉଛନ୍ତି ମହିଳାଙ୍କ ପିଲା ମାନେ । ଯେଉଁ ମାନେ କି ମା’ ବାହାରକୁ ଚାକିରୀ କରିବାକୁ ଯିବା ପରେ ମା’ର ସ୍ନେହରୁ ବଞ୍ଚିତ ହେଉଛନ୍ତି । ଏହା ସହ ଏକ ଆୟା ପାଖରେ ରହିବାକୁ ବାଧ୍ୟ ହେଉଛନ୍ତି ପିଲାମାନେ ।

ଭାଇରାଲ ହେଉଥିବା ଭିଡିଓରେ ମୁକେଶ ଖାନା କହୁଛନ୍ତି କି ପୁରୁଷ  ଆଉ ମହିଳା ମହିଳା ଭଳି ରହିବା ଦରକାର । ଏଭଳି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ମୁକେଶଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି । ଏହି ଭିଡିଓ ଉପରେ ମୁକେଶ ଖାନାଙ୍କର ମତ ଆସିନଥିଲେ ବି ଏବେ ମୁକେଶଙ୍କୁ ଲୋକଙ୍କର ରାଗ ସହିବାକୁ ପଡୁଛି । ଏହି ଭିଡିଓ ଦେଖି ଜଣେ ଉପଭୋକ୍ତା ଲେଖିଛନ୍ତି କି ବାସ୍ତବ ଜୀବନରେ ଶକ୍ତିମାନ ହେଉଛନ୍ତି କିଲବିସ୍ । ଅନ୍ୟପଟେ ଆହୁରି ଅନେକ ଉପଭୋକ୍ତା ମୁକେଶ ଖାନାଙ୍କର ସବୁ ସିରିୟଲ ବୟକଟ୍ କରିବାକୁ ଦାବି କରିଛନ୍ତି ।

କହିରଖୁ କି ଏହା ପୂର୍ବରୁ ମୁକେଶ ଖାନା ଅକ୍ଷୟ କୁମାରଙ୍କ ଚଳଚିତ୍ର ‘ଲକ୍ଷ୍ମୀ ବମ୍’ କୁ ନେଇ ବି ବିବାଦୀୟ ବୟାନ ଦେଇଥିଲେ । ସେ କହିଥିଲେ କି ଚଳିଚିତ୍ର ନିର୍ମାତ ଯଦି ଅନ୍ୟ କୌଣସି ଧର୍ମକୁ ନେଇ ଏଭଳି ନାମକରଣ କରିଥା’ନ୍ତେ ତାହେଲେ ଏବେ ସିନେମା ଇଣ୍ଡଷ୍ଟ୍ରିଜରେ ଖଣ୍ଡା ବୋଲୁଥା’ନ୍ତା । ସେ ଅଭିଯୋଗ କରିଥିଲେ କି ନିର୍ମାତା ତୁରନ୍ତ ଏହି ସିନେମାର ନାମ ବଦଳାଇ ଦିଅନ୍ତୁ । ହେଲେ ସତକୁ ସତ ଏହି ସିନେମାର ନାମ ବଦଳାଇ ଦେଇଛନ୍ତି ନିର୍ମାତ । ଏବେ ଏହି ସିନେମାର ନାମ ଲକ୍ଷ୍ମୀ ବମ୍ ବଦଳାଇ ଲକ୍ଷ୍ମୀ ରଖିଛନ୍ତି ।