ପାର୍ସଲ ଓଜନରେ ଠକୁଥିବାରୁ ପୋଷ୍ଟ ଅଫିସକୁ ଫାଇନ୍ । କେନ୍ଦ୍ରାପଡା ଠାକୁରପାଟଣା ପୋଷ୍ଟ ଅଫିସରେ ଓଜନ ଓ ମାପ ବିଭାଗର ଚଢାଉ

୧୩ ବର୍ଷ ହେଲା ରିନ୍ୟୁ ହୋଇନି ମେସିନ୍

213

କନକ ବ୍ୟୁରୋ: ପୋଷ୍ଟ ଅଫିସରେ ବ୍ୟାପକ ଅନିୟମିତତା । ଓଜନରେ ଠକେଇ ହୋଇଥିବା ନେଇ ସାଂଘାତିକ ଅଭିଯୋଗ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ଠାକୁର ପାଟଣାରେ ପୋଷ୍ଟ ଅଫିସ ବିରୋଧରେ ଆସିଛି ଏପରି ଅଭିଯୋଗ । ପୋଷ୍ଟ ଅଫିସରେ ଅନିୟମିତତା, ଓଜନରେ ଠକେଇ ଅଭିଯୋଗ ଆସିବା ପରେ ଓଜନ ମାପ ବିଭାଗ ଚଢ଼ାଉ କରିଛି । ୨୦୧୧ ମସିହାରୁ କିଣାଯାଇଥିବା ଓଜନ ମାପ ଯନ୍ତ୍ର ରିନ୍ୟୁଆଲ କରାଯାଇନାହିଁ । ପ୍ରତି ବର୍ଷ ଏହାର ରିନ୍ୟୁଆଲ କରିବା କଥା । କିନ୍ତୁ ତାହା ହୋଇନଥିବାରୁ ଏହି ଚଢ଼ାଉ କରାଯାଇଛି । ରିନ୍ୟୁଆଲ ନହେବା ଦ୍ୱାରା ଗ୍ରାହକଙ୍କୁ କ୍ଷତି ସହିବାକୁ ପଡ଼ିଛି । ତେଣୁ ଓଜନ ମାପ ବିଭାଗ ତରଫରୁ ଜୋରିମାନା ପାଇଁ ଅଧିକାରୀଙ୍କୁ ନୋଟିସ୍ କରାଯାଇଛି । ତୁରନ୍ତ ଜୋରିମାନା ଦେବା ସହ ଓଜନ ମାପ ଯନ୍ତ୍ରକୁ ରିନ୍ୟୁଆଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଚଢ଼ାଉରେ ୪ଜଣିଆ ଟିମ୍ ସାମିଲ ହୋଇଥିଲେ ।