କନକ ବ୍ୟୁରୋ: ରାଉରକେଲାରେ ଅଂଶୁଘାତ ଜନିତ ମୃତ୍ୟୁର ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ମୋଟ ୬ ଜଣଙ୍କ ହୋଇଛି ଅଂଶୁଘାତରେ ମୃତ୍ୟୁ । ମୋଟ ୩୫ ଜଣ ରୋଗୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପୋଷ୍ଟ ମର୍ଟମ କରିଥିଲା ପ୍ରଶାସନ । ପାଖାପାଖି ୨୪ ଜଣଙ୍କ ପୋଷ୍ଟମର୍ଟମ ବର୍ତ୍ତମାନ ସରିଛି । ସେହିପରି ଅନ୍ୟ ୧୮ଟି ମୃତ୍ୟୁ ଅନ୍ୟ କାରଣ ପାଇଁ ହୋଇଛି । ୪ ପରିବାର ପୋଷ୍ଟମର୍ଟମ ନ କରି ମୃତଦେହ ନେଇଯାଇଛନ୍ତି । ତେବେ ଏନେଇ ତହସିଲଦାର ଓ ମେଡିକାଲ ଅଫିସର ମିଳିତ ଭାବରେ ଏହାକୁ ତର୍ଜମା କରିବା ସହ ତଦନ୍ତ କରୁଛନ୍ତି । ସେପଟେ ଗତ କାଲି ରାଜ୍ୟ ସ୍ତରୀୟ ଟିମ ରାଉରକେଲା ଗସ୍ତ କରି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା କରି ଏକ ବିସ୍ତୃତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେବେ ।
ରାଉରକେଲାରେ ଅସ୍ୱଭାବିକ ମୃତ୍ୟୁ ପ୍ରସଙ୍ଗ: ଆସିଲା ୨୪ ମୃତଦେହର ପୋଷ୍ଟମର୍ଟମ ରିପୋର୍ଟ, ଅଂଶୁଘାତରେ ୬ ଜଣଙ୍କ ମୃତ୍ୟୁ ସୂଚନା
/kanak/media/post_attachments/wp-content/uploads/2024/06/1-2.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)