ଦୀପାବଳିରେ ଗରିବ ଖୋଜୁଛି ଧନ । ଧନବୃଦ୍ଧିର ବିଶ୍ୱାସ ନେଇ ସୁନାଗହଣା ଦୋକାନ ଆଗରେ ଲାଗୁଛି ଭିଡ଼ । ସେପଟେ ଦେଶରେ ବଢ଼ୁଛି ଅର୍ଥନୈତିକ ତାରତମ୍ୟ

128

କନକ ବ୍ୟୁରୋ : ଦେଶର ୧୦ ପ୍ରତିଶତ ଲୋକଙ୍କ ପାଖରେ ୭୭ ଭାଗ ଧନ ଠୁଳ ହୋଇଥିବା ବେଳେ ସୁନା ଦୋକାନରେ ଲମ୍ବା ଲାଇନ୍ ଲଗାଇ ଧନ ଖୋଜୁଛନ୍ତି ଗରିବ ଓ ମଧ୍ୟବିତ ପରିବାର । ଗୋଟିଏ ପଟେ ଧନ ବଢ଼ାଇବା ପାଇଁ ଲୋକଙ୍କ ବିଶ୍ୱାସ ଓ ଅନ୍ୟପଟେ ଦେଶରେ ଅର୍ଥନୈତିକ ତାରତମ୍ୟ । ଧନୀ ଅଧିକ ଧନୀ ହେଉଛି, ଗରିବ ଆହୁରି ଗରିବ ହେବାରେ ଲାଗିଛି । ଗତ ୩ ଦଶନ୍ଧୀ ଭିତରେ ଧନୀ-ଗରିବଙ୍କ ମଧ୍ୟରେ ପାର୍ଥକ୍ୟ ବଢ଼ିବାରେ ଲାଗିଛି ।

ଅଳ୍ପ କିଛି ଲୋକଙ୍କ ନିକଟରେ ଦେଶର ତିନି ଚତୁର୍ଥାଂଶ ଧନ ରହିଥିବା ବେଳେ ଧନ ଖୋଜି ଖୋଜି ନୟାନ୍ତ ହୋଇ ଯାଉଛନ୍ତି ଗରିବ ଲୋକ । ହେଲେ ବଜାର ଅର୍ଥନୀତିରେ ପ୍ରତିଯୋଗିତା କରି ଆଗକୁ ବଢ଼ିବା ପାଇଁ ବାଟ ମିଳୂୁନି । ସୁନା କିଣି ଥିଲା-ବାଲା ନିବେଶ କରିବାକୁ ଚାହୁଁଛି, ହେଲେ ନଥିଲା-ବାଲା ବିଶ୍ୱାସ ଭିତରେ ଛନ୍ଦି ହୋଇ ଧନତେରାସରେ ସୁନାଗହଣା ଦୋକାନ ଆଗରେ ଲାଇନ ଲଗାଉଛି ।