ଅଳିଆ, ଆବର୍ଜନା ଓ ପଙ୍କରେ ଭର୍ତ୍ତି ହୋଇଛି ପୋଖରୀ । ବ୍ରହ୍ମପୁର ସହରରୁ ଆସିଲା ଏପରି ଅଭିଯୋଗ

86

କନକ ବ୍ୟୁରୋ: ବ୍ରହ୍ମପୁର ସହର ଏକ ଏମିତି ସହର ଯେଉଁଠି, ଆଜି ବି ବଜାୟ ରହିଛି ପରମ୍ପରା, ସଂସ୍କୃତି, ଓ ଭାଇଚାରା । ସହରର ଅନ୍ୟତମ ସୌନ୍ଦର୍ଯ୍ୟ ହେଉଛି ସହରରେ ଥିବା ପୋଖରୀ । ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଏବେ ବି ୪୦ରୁ ଅଧିକ ପୋଖରୀ ରହିଛି । କିନ୍ତୁ ଅନେକ ପୋଖରୀର ଅବସ୍ଥା କହିଲେ ନସରେ । ପଙ୍କ, ଦଳ ସହ ବହୁ ଅଳିଆ ଆବର୍ଜନାରେ ପୋତି ହୋଇ ଗଲାଣି ପୋଖରୀ ।

ଦିନେ ସିଲ୍କ ସିଟି ବ୍ରହ୍ମପୁର ସହରର ସୌନ୍ଦଯ୍ୟକୁ ବଖାଣୁଥିଲା ଏହି ପୋଖରୀ । ଶହଶହ ବର୍ଷ ପୂର୍ବରୁ ଖନନ ହୋଇଥିବା ଏହି ପୋଖରୀ ଏବେ ପୋତି ହୋଇଯିବାକୁ ବସିଛି । ପଙ୍କ, ଦଳ ଓ ଅନାବନା ଗଛରେ ଅନେକ ପୋଖରୀ ଭର୍ତି ହୋଇ ଯାଇଛି । ସହରରେ ଥିବା ପୋଖରୀର ପୁନଃରୁଦ୍ଧାର ପାଇଁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କାର୍ଯ୍ୟ କରାଯାଉଛି । ପୋଖରୀ ଚାରିପଟେ ପାର୍କ ନିର୍ମାଣ କରାଯାଉଛି । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ସୌନ୍ଦର୍ଯ୍ୟ କରଣ ପରେ ଏ ସବୁର ରକ୍ଷଣାବେକ୍ଷଣ ପାଇଁ କେହି ନଜର ଦେଉ ନାହାନ୍ତି କି ସଫା ମଧ୍ୟ କରାଯାଉନଥିବା ଅଭିଯୋଗ ହୋଇଛି ।