ଭୋଟ କେନ୍ଦ୍ରକୁ ହେଲିକପ୍ଟରରେ ଗଲେ ପୁଲିଂ ପାର୍ଟି । ଛତିଶଗଡ ମାଓପ୍ରବଣ ଜିଲ୍ଲାର ୩୬ଟି ମତଦାନ କେନ୍ଦ୍ରକୁ ସ୍ଥାନାନ୍ତର

93

କନକ ବ୍ୟୁରୋ: ଆସନ୍ତା ୭ ତାରିଖରେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନ । ଏଥିପାଇଁ ଆଜି ସରୁଛି ପ୍ରଚାର । ଛତିଶଗଡ଼ର ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମାଓ ପ୍ରବଣ ଅଞ୍ଚଳରେ ଥିବା ମତଦାନ କେନ୍ଦ୍ରକୁ ଯିବାକୁ ଥିବା ପୁଲିଂ ପାର୍ଟିଙ୍କ ପାଇଁ ହେଲିକପ୍ଟର ବ୍ୟବସ୍ଥା କରାଯାଇଛି । ସୁକମା ଜିଲ୍ଲାରେ ୪୨ଟି ପୁଲିଂ ପାର୍ଟିକୁ ହେଲିକପ୍ଟର ଯୋଗେ ମତଦାନ କେନ୍ଦ୍ରକୁ ପଠାଯାଇଛି । ଏହା ସହ ୩୬ଟି ମତଦାନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।

ସୁକମା ସମେତ ବିଜାପୁର, ଦାନ୍ତେୱାଡା ଜିଲ୍ଲାରେ ମଧ୍ୟ ପୁଲିଂ ପାର୍ଟିକୁ ହେଲିକପ୍ଟର ଯୋଗେ ପଠାଯାଇଛି । ମାଓବାଦୀଙ୍କ ପକ୍ଷରୁ ମାଓ ପ୍ରଭାବିତ ଅଞ୍ଚଳରେ ମତଦାନ ନକରିବା ପାଇଁ ଧମକ ଦିଆଯାଇଥିଲା । ଏହାରି ଭିତରେ ଆଜି ପ୍ରଥମ ପର୍ଯ୍ୟାୟ ଶେଷ ହେଉଥିବାରୁ ସୁକମା ଜିଲ୍ଲା ବସ୍ତରଠାରେ ନିର୍ବାଚନୀ ସଭା କରିବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।