ରୋହିତଙ୍କୁ ନେଇ ତେଜିଲା ରାଜନୀତି, ସରକାରଙ୍କୁ ଘେରିଲେ ବିରୋଧୀ 

352

କନକ ବ୍ୟୁରୋ: ମନ୍ତ୍ରିମଣ୍ଡଳରୁ ରୋହିତ ପୂଜାରୀଙ୍କୁ ମୁଖ୍ୟମନ୍ତ୍ରୀ ବାଦ୍ ଦେବାକୁ ନେଇ ତେଜିଛି ରାଜନୈତିକ ବୟାନବାଜି । ବିରୋଧୀ ରାଜ୍ୟ ସରକାରଙ୍କୁ ଏହି ପ୍ରସଙ୍ଗରେ ଘେରିଛନ୍ତି । କଂଗ୍ରେସ ବିଧାୟକ, ସଚିବଙ୍କୁ ଟାର୍ଗେଟ କରିଥିବାବେଳେ ବିଜେପି ସରକାରଙ୍କୁ ଘେରିଛି । ତେବେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ବିଧାୟକ । ବିଧାୟକ ଅମର ଶତପଥୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଭିନ୍ନ ସମୟରେ, କିଛି କିଛି ପଦକ୍ଷେପ ନେଇଥାନ୍ତି । ଲୋକଙ୍କ ପାଖକୁ ଏକ ବାର୍ତା ପାଇଁ ଉଦ୍ଧିଷ୍ଟ ରହିଥାଏ । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପରେ ସଚିବ ମଧ୍ୟ ବାଦ ପଡିଲେ । ଲୋକଙ୍କୁ କେଉଁଭଳି ସୁଶାସନ ମିଳିବ ତାକୁ ଗୁରୁତ୍ୱ ଦେଉଛନ୍ତି ।

ରୋହିତ ପୂଜାରୀଙ୍କୁ କାହିଁକି ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଗଲା, ତାହା ଗତକାଲିଠାରୁ ଚର୍ଚ୍ଚାର ବିଷୟ ହୋଇରହିଛି ।  କିନ୍ତୁ କାରଣ ସ୍ପଷ୍ଟ ହୋଇନାହିଁ । କେହି କେହି ମନ୍ତ୍ରୀ ବିଭାଗର ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ବିଦା କରାଯାଇଥିବା କହୁଥିବାବେଳେ, ଆଉ କେହି କେହି କହୁଛନ୍ତି, ରୋହିତଙ୍କୁ ବିଦା କରାଯିବା ପଛରେ ରହିଛି, ଆର୍ଥିକ ଅନିୟମିତତା କାରଣ ।