୨୦୨୪ ସାଧାରଣ ନିର୍ବାଚନ ଆଗରୁ ଉଷ୍ମ ହେଲାଣି ରାୟଗଡା ରାଜନୀତି। ପୂର୍ବତନ ସାଂସଦ ଏନ.ଭାସ୍କର ରାଓଙ୍କ ବିରୋଧରେ ବର୍ଷିଲେ ବିଜେପି ଓ କଂଗ୍ରେସ ନେତା।

128

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ଆସିନାହିଁ, ହେଲେ ରାୟଗଡା ଜିଲ୍ଲାରେ ନିର୍ବାଚନ ବାତାବରଣ ବେଶ ଉଷ୍ମ ହେଲାଣି । କଂଗ୍ରେସ, ବିଜେପି ଓ ବିଜେଡିର ଅସନ୍ତୁଷ୍ଟ ଗୋଷ୍ଠୀ ହାତ ମିଳାଇ ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓଙ୍କ ବିରୋଧରେ ଅଭିଯୋଗ ଆଣିଲେଣି । ସାଂସଦଙ୍କୁ ଏକଘରିକିଆ କରିବା ପାଇଁ ଉଦ୍ୟମ ଚାଲିଛି । ସେପଟେ ପୂର୍ବତନ ସାଂସଦ କହିଛନ୍ତି ରାଜନୈତିକ ଅଭିସନ୍ଧି ରଖି ଉଦେ୍ଧଶ୍ୟମୂଳକ ଭାବେ ଛବି ମଳିନ କରିବା ପାଇଁ ଏହା ବିରୋଧୀ ଦଳ ସମେତ ଗତ ପୌରପାଳିକା ନିର୍ବାଚନରେ ଟିକଟ ଆଶାୟୀ ଥିବା ବ୍ୟକ୍ତିଙ୍କ ଷଢଯନ୍ତ୍ର । ତେବେ ଉଭୟ କଂଗ୍ରେସ ଓ ବିଜେପି ନେତାଙ୍କ ଅଭିଯୋଗ ଅନୁସାରେ, ଟ୍ରକ ସଂଘ ସହ ସାମିଲ ହୋଇ ମାଓବାଦୀଙ୍କ ନାଁରେ ଚାନ୍ଦା ମାଗୁଥିଲେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଏନ,ଭାଷ୍କର ରାଓ ।

ଏଭଳି ଅଭିଯୋଗ ଆଣି କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ଓ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବସନ୍ତ ଉଲ୍ଲାକା ସାମ୍ବାଦିକ ସମ୍ମିଳନୀ କରି ପୂର୍ବତନ ସାଂସଦ ଏନ. ଭାସ୍କର ରାଓଙ୍କ ଉପରେ ବର୍ଷିଥିଲେ । ଏହି ଅଭିଯୋଗ ଆଧାରରେ ତଦନ୍ତ କରି ଭାସ୍କର ରାଓଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମାନ୍ୟବର ମୂଖ୍ୟମନ୍ତ୍ରୀ ତାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ଦାବୀ କରାଯାଇଛି । ସେପଟେ ଏହା କୁଚକ୍ରୀ ଗୋଷ୍ଠୀଙ୍କ ଷଡଯନ୍ତ୍ର ବୋଲି କହିଛନ୍ତି ଏନ, ଭାସ୍କର ରାଓ । ସେ ସବୁ ପ୍ରକାର ତଦନ୍ତକୁ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।