ବଦଳିଛି ବିହାରର ରାଜନୀତି। ନୈତିକତାର ପାଠପଢାଇଲେ ପ୍ରଶାନ୍ତ କିଶୋର। 

274

କନକ ବ୍ୟୁରୋ: ବଦଳିଛି ବିହାରର ରାଜନୀତି । ବହୁ ଡ଼୍ରାମା ହାଇଡ଼୍ରାମା ପରେ ଏକ ଦୃଷ୍ଟାନ୍ତମୂଳକ ଫଇସଲାରେ ବିହାର ରାଜନୀତି ପହଞ୍ଚିଛି । ନୀତିଶ କୁମାରଙ୍କ ନେତୃତ୍ୱରେ ମହାମେଣ୍ଟ ସରକାର ହେବ । ଆଉ ଏହାରି ମଧ୍ୟରେ ବିହାରର ରାଜନୀତିକୁ ନେଇ ମୁହଁ ଖୋଲିଛନ୍ତି ରାଜନୈତିକ ରଣନୀତିଜ୍ଞ  ପ୍ରଶାନ୍ତ କିଶୋର । ପ୍ରଶାନ୍ତ କିଶୋର ଏହି ସମ୍ପୂର୍ଣ୍ଣ ଘଟଣାରେ ନିଜର କୌଣସି ଭୂମିକା ନଥିବା କହିବା ସହ ନୀତିଶ କୁମାରଙ୍କୁ ନୈତିକତାର ପାଠ ପଢ଼ାଇଛନ୍ତି ।

ସେ କହିଛନ୍ତି ତାଙ୍କର ଏଥିରେ କୈାଣସି ଭୂମିକା ନାହିଁ କିମ୍ବା ଏଥିରେ ସେ ମୁଣ୍ଡପୁରାଇବାକୁ ଚାହାଁନ୍ତିନାହିଁ । ନୀତିଶ କୁମାର ଯେଉଁ ମହାମେଣ୍ଟବିରୋଧରେ ଲଢ଼େଇ ଲଢ଼ି ସରକାର ହାସଲ କରିଥିଲେ ଆଜି ସେ ପୁଣି ତାଙ୍କରି ସହ ମିଶି ସରକାର ଗଠନ କରିବା ଠିକ ନୁହେଁ । ଜନତା ତାଙ୍କ ଉପରେ ଭରସା ରଖିଛନ୍ତି ଏବଂ ଏହାର ସମ୍ମାନ କରିବା ଉଚିତ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି । ଏହା ସହ ସେ କହିଛନ୍ତି ସରକାରରେ ଦୁଇଟି ପ୍ରସଙ୍ଗ ସ୍ଥିର ରହିଛି । ଗୋଟିଏ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଚେହେରା ଓ ଅନ୍ୟଟି ହେଉଛି ବାରମ୍ବାର ନୀତିଶଙ୍କ ସହଯୋଗୀ ଭାବେ ଉଭା ହେଉଥିବା ଦଳ ବଦଳିବା । ରାଜନୈତିକ ଅସ୍ଥିରତା ଲାଗି ରହିଛି । ତେଣୁ ଏବେ ଯାହା ଘଟୁଛି ତାହା ରାଜନୈତିକ ଅସ୍ଥିରତାର ଗୋଟିଏ ଗୋଟିଏ ଅଧ୍ୟାୟ ବୋଲି କହିଛନ୍ତି ପ୍ରଶାନ୍ତ କିଶୋର ।