ପାକିସ୍ତାନରେ ଜାରି ରହିଛି ରାଜନୈତିକ ସଙ୍କଟ: ଗିରଫ ହୋଇପାରନ୍ତି ଇମ୍ରାନ ଖାନ

153

କନକ ବ୍ୟୁରୋ: ପାକିସ୍ତାନରେ ରାଜନୈତିକ ସଙ୍କଟ ଜାରି ରହିଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ନେଇ ଖୁବ୍ ଶୀଘ୍ର ଭୋଟିଂ ହେବାର ସମ୍ଭାବନା ରହିଛି । ଭୋଟିଂ କରାଇବାକୁ ନ୍ୟାସନାଲ ଆସେମ୍ବଲିର ବାଚସ୍ପତି ରାଜି ହୋଇଥିବାର ଖବର ମିଳିଛି । ପୂର୍ବରୁ ଭୋଟିଂକୁ ଅନୁମତି ଦେଇନଥିଲେ ବାଚସ୍ପତି । ସେପଟେ ଇସ୍ତଫା ଦେବେ ନାହିଁ ବୋଲି ଜିଦରେ ଅଟଳ ଅଛନ୍ତି ଇମ୍ରାନ ଖାନ । କ୍ୟାବିନେଟ ବୈଠକ ପରେ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ କ୍ୟାବିନେଟ ବୈଠକରେ ଏହା ବିରୋଧରେ ନିଷ୍ପତି ହୋଇଛି ।

ଅନ୍ୟ ଏକ ଘଟଣାକ୍ରମରେ ସୁପ୍ରମିକୋର୍ଟ ପାକିସ୍ତାନ ସଂସଦର ସଚିବ ଓ ଉପସଚିବଙ୍କୁ ନୋଟିସ୍ ପଠାଇଛନ୍ତି । ଏହାସହ ଅଦାଲତ ଅବମାନନା ନେଇ ଇମ୍ରାନ ଖାନ, ବାଚସ୍ପତି ଓ ଉପବାଚସ୍ପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ସୂଚନା ମିଳିଛି । ଦୀର୍ଘଦିନ ଧରି ପାକିସ୍ତାନରେ ରାଜନୈତିକ ଡ୍ରାମା ଜାରି ରହିଛି । ପୂର୍ବରୁ ବିରୋଧୀମାନେ ଇମ୍ରାନଙ୍କ ବିରୋଧରେ ବିପକ୍ଷ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ଖାରଜ କରିଦେଇଥିଲେ ନ୍ୟାସନାଲ ଆସେମ୍ବଲିର ଉପବାଚସ୍ପତି । ଏହା ବିରୋଧରେ ବିପକ୍ଷ ସୁପ୍ରିମକୋର୍ଟ ଯାଇଥିଲେ । ଏହାପରେ ପୁଣି ଥରେ ଅନାସ୍ଥା ପ୍ରସ୍ତାବ ଭୋଟିଂ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ବିଚାରପତି ।