ସେବାୟତଙ୍କ କଳି ପାଇଁ ନୀତିକାନ୍ତି ବନ୍ଦ । ଦୁଇଦିନ ହେଲା ଓପାସରେ ଲିଙ୍ଗରାଜ

93

କନକ ବ୍ୟୁରୋ : ବୁଧବାରଠାରୁ ପ୍ରଭୁ ଲିଙ୍ଗରାଜ ଓପାସରେ । ଗତକାଲି ସକାଳୁ ସିଂହଦ୍ୱାର ଫିଟା ନୀତି ହୋଇଛି । ମଙ୍ଗଳ ଆଳତୀ ବନ୍ଦ ରହିିଛି । ବ୍ରାହ୍ମଣ ନିଯୋଗର ପତ୍ରୀ ସେବକ, ପୂଜା ପଣ୍ଡା ନିଯୋଗଙ୍କ ଅନୁପସ୍ଥିତି ଯୋଗୁଁ ନୀତିକାନ୍ତି ବନ୍ଦ ରହିଛି । ପ୍ରଶାସନ ବି ନିଦାବିଷ୍ଣୁ ସାଜିଛି । ଆଉ ଏହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଭକ୍ତ ଆଣିଥିବା ଭୋଗ ଲାଗି ହେଉଚି । ହେବେ ଦିନକୁ ୮ ଥର ଲିଙ୍ଗରାଜଙ୍କ ପାଖରେ ଯେଉଁ ଭୋଗ ମନ୍ଦିର ପକ୍ଷରୁ ନୀତି ହିସାବରେ ଲାଗିବା କଥା ତାହା ଲାଗି ହେଉନାହିଁ । ଫଳରେ କାଲିଠାରୁ ପ୍ରଭୁ ଲିଙ୍ଗରାଜ ଅଖିଆ ଅପିଆ ଅଛନ୍ତିା

ସେପଟେ ବିବାର ସମାଧାନ ସମାଧାନ ପାଇଁ ଦେବୋତର କମିଶନର କଡା ଆଭିମୁଖ୍ୟ ଦେଖାଇଛନ୍ତି । ୩ ନିଯୋଗଙ୍କ ସହ ଆଲୋଚନା ହୋଇଛି ।
-ସମାଧାନ ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି
-କୌଣସି ପକ୍ଷ ରାଜି ନହେଲେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉ
-ପୁରୁଣା ବିବାଦ ଓ ନୀତିକାନ୍ତି ବନ୍ଦ ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଲିଙ୍ଗରାଜଙ୍କ ନୀତିକାନ୍ତି ଦୁଇଦିନ ହେଲା ବନ୍ଦ ଅଛି । କିନ୍ତୁ ଦେବତ୍ତୋର କମିଶନରଙ୍କ ନିର୍ଦ୍ଦେଶ କେତେ କାର୍ଯ୍ୟକାରୀ ହେବ ସେ ନେଇ ପ୍ରଶ୍ନ ଉଠିଛି ।

ଲିଙ୍ଗରାଜଙ୍କ ୨ ଏକର ଜମିରେ ବଡୁ ନିଯୋଗ ପକ୍ଷରୁ ଦୋକାନଘର ନିର୍ମାଣ କରାଯାଉଛି । ଆଉ ଏହାକୁ ବିରୋଧ କରି ଲିଙ୍ଗରାଜଙ୍କ ସେବା କରୁନାହାନ୍ତି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ । ବେବନ୍ଦୋବସ୍ତ ଜମି ଲିଙ୍ଗରାଜଙ୍କ ଖାତାକୁ ଫେରୁଥିବାବେଳେ ଦୋକାନ ଘର ନିର୍ମାଣ ପାଇଁ ବଡୁ ନିଯୋଗକୁ ଅନୁମତି କିଭଳି ମିଳିଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ପ୍ରଶ୍ନ ଉଠୁଛି-
-ପ୍ରଶାସନ କାହିଁକି କଡା ଆଭିମୁଖ୍ୟ ଉଠାଉନାହିଁ ?
-ବାରମ୍ବାର କାହିଁକି ଏଭଳି ବିଭ୍ରାଟ ହେଉଛି ?
-ନୀତି ବନ୍ଦ କରିଥିବା ସେବାୟତଙ୍କୁ ନୋଟିସ କାହିଁକି ଦିଆଯାଇନାହିଁ ?