କନକ ବ୍ୟୁରୋ: ନିଷ୍ଠୁର ପୁଅକୁ ବାନ୍ଧିଲା ପୋଲିସ । କେନ୍ଦୁଝର ସରସପଶି ଗାଁରେ ମା’କୁ ଖୁଂଟରେ ବାନ୍ଧି ମାଡ଼ ମାରିବା ଘଟଣାରେ ଅଭିଯୁକ୍ତ ପୁଅ ଶତ୍ରୁଘ୍ନ ମହାନ୍ତିକୁ ଗିରଫ କଲା ପୋଲିସ । କୋବି ତୋଳିବାକୁ ନେଇ ନିଜ ମା’କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ମାଡ଼ ମରାଯାଇଥିବା ଜଣାପଡ଼ିଥିଲା । ଏହି ଘଟଣା ଜଣାପଡ଼ିବା ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
ଅଭିଯୁକ୍ତ ପୁଅ ଶତ୍ରୁଘ୍ନକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ୭୦ ବଷିୟ ମା’ ସୁଭଦ୍ରା ରୋଷେଇ କରିବା ପାଇଁ ବାଡିରୁ କୋବି ତୋଳି ଆଣିଥିଲେ । ଯେଉଁଥିପାଇଁ ତାଙ୍କୁ ପୁଅ ଶତ୍ରୁଘ୍ନ ମାଆଙ୍କୁ ଖୁଂଟରେ ବାନ୍ଧି ମାଡ ମାରିଥିଲେ । ପରେ ଗାଁଲୋକେ ତାଙ୍କୁ ବାରଣ କରିଥିଲେ ମଧ୍ୟ ସେମାନଙ୍କ କଥା ପୁଅ ଶୁଣିନଥିଲା । ଘଟଣା ସ୍ଥଳରେ ପୁଲିସ ପହଂଚି ଶୁଭଦ୍ରାଙ୍କୁ ଉଦ୍ଧାର କରି ସ୍ଥାନୀୟ ବାସୁଦେବପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।