କନକ ବ୍ୟୁରୋ : ବେଆଇନ ଭାବେ ବଜ୍ରକାପ୍ତା ଚାଲାଣ କରୁଥିଲେ ବନ ବିଭାଗ ଅଫିସର । ଚଢାଉ କରି ଧରିଲା ପୁଲିସ । ମୟୁରଭଞ୍ଜ କପ୍ତିପଦା ଅଞ୍ଚଳରେ ଚଢାଉ କରି ପୁଲିସ ଏକ ବଜ୍ରକାପ୍ତା କାତି ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି ।
୬ ଜଣଙ୍କ ମଧ୍ୟରେ ଅଛନ୍ତି ଅଯୋଧ୍ୟା ବନାଞ୍ଚଳର ଫରେଷ୍ଟର ରାମଚନ୍ଦ୍ର ମାରାଣ୍ଡି । ଗତକାଲି ସନ୍ଧ୍ୟାରେ ବଜ୍ରକାପ୍ତାର କାତିକୁ ୫ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ କପ୍ତିପଦା ପୁଲିସ ଚଢାଉ କରିଥିଲା । ତେବେ ଏହି ଘଟଣାରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ପୁଲିସ ତାହା ଉପରେ ଅଧିକ ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/shutterstock_1721625991-pangolin-2-RESIZED.jpg)