କନକ ବ୍ୟୁରୋ: କିଛି ଦିନ ଆଗରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ପୁଲିସ୍ ମୁଖିଆଙ୍କୁ ଡାକି କହିଥିଲେ, ଅଭିଯୋଗ ନେଇ ଥାନାକୁ ଆସୁଥିବା ଜନତାଙ୍କୁ ପୁଲିସ୍ ବାବୁ ଭଲ ବ୍ୟବହାର ଦେଖାନ୍ତୁ । ହେଲେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବାର କିଛି ଦିନ ପରେ ଖାକି ବର୍ଦ୍ଦିର ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମହିଳାଙ୍କୁ ମାରପିଟ୍ କରିବା ପରେ ଅଖାବସ୍ତା ଭଳି ଟେକି ଟେକି ନେଉଛନ୍ତି ପୁଲିସ୍ ବାବୁ । ନା’ ନିୟମ୍ କାନୁନ୍କୁ ଖାତିର୍, ନା’ ମାନବିକତାକୁ ସମ୍ମାନ ।
- ନା’ ନାରୀକୁ ସମ୍ମାନ
- ନା’ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଖାତିର
- କେବଳ ଖାକିର ବହପ !
ରାଜନଗର ଅଞ୍ଚଳର ଜଣେ ମହିଳା, ଚାନ୍ଦବାଲି ଥାନା ବାହାରେ ପ୍ରତିବାଦ କରୁଥିଲେ । ତାଙ୍କ ସ୍ୱାମୀଙ୍କୁ କୌଣସି କାରଣରୁ ପୋଲିସ ଥାନାରେ ଅଟକ ରଖିଥିଲା । ତାଙ୍କୁ ମୁକୁଳାଇବାକୁ ଯାଇ ଥାନା ଆଗରେ ପ୍ରତିବାଦ କରୁଥିଲେ । ଏହି ସମୟରେ ମହିଳାଙ୍କ ସାନ ଝିଅଟି ଏକ ଚପଲ ଖୋଳକୁ ଥାନା ଭିତରକୁ ଫିଙ୍ଗିଦେଇଥିଲା । ଏହାକୁ ନେଇ ମହିଳା ଏବଂ ପୁଲିସ ବାବୁଙ୍କ ମଧ୍ୟରେ ବିବାଦ ହୋଇଥିଲା । ଚପଲ ଖୋଳ କାହିଁକି ଥାନାକୁ ଫିଙ୍ଗାଗଲା କହି ପୁଲିସ୍ ଖାକି ପାୱାର ଦେଖାଥିଲେ । ମହିଳାଙ୍କୁ ମାଡ଼ ମାରିବା ସହ ଅତି ଅମାନବୀୟ ଭାବରେ ଟେକି ଟେକି ନେଉଥିବା ଦେଖିବାକୁ ମିଳିଛି ।
- ଯଦି ପୁଲିସ ଏଭଳି ବ୍ୟବହାର କରିବ କାହାକୁ ଭରସା କରିବେ ଜନତା?
- ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ତ୍ୱେ କାହିଁକି ମାନବିକତା ଭୁଲି ଯାଉଛି ପୁଲିସ୍ ?
- ଅମାନବୀୟ ଆଚରଣ କରିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ କାହିଁକି ହେବନି କାର୍ଯ୍ୟାନୁଷ୍ଠାନ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/06/8-30.jpg)