କନକ ବ୍ୟୁରୋ: ସାକ୍ଷୀଗୋପଳ ମନ୍ଦିରରୁ ଲୁଟ୍ ଘଟଣାରେ ଧରାପଡିଲା ଚୋର । ପଚରାଉଚରା ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ସାକ୍ଷୀଗୋପଳ ନୂଆଗାଁର ବୋଲି ଜଣାପଡିଛି । ଶନିବାର ବିଳମ୍ବିତ ରାତିରେ ମନ୍ଦିର ତାଲା ଭାଙ୍ଗି ୨୫ଲକ୍ଷ ଟଙ୍କାର ସୁନା, ରୂପା ଅଳଙ୍କାର ସହ ସିସିଟିଭି ମନିଟରକୁ ଚୋରାଇ ନେଇଥିଲା ଚୋର ।

Advertisment

ଖବର ପାଇବା ପରେ ପିପିଲି ପୋଲିସ ସହ ସାଇଁଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲା । ପରେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରାଯିବା ସହ ଗିରଫ କରାଯାଇଥିବା ସୂଚନା ମିଳିଛି । କେବଳ ସାକ୍ଷୀଗୋପଳ ନୁହେଁ ପୁରୀ ଜିଲ୍ଲାର ବିଭିନ୍ନ ମନ୍ଦିରରେ ଅନେକ ସମୟରେ ମୂର୍ତ୍ତି ଚୋରିର ଅଭିଯୋଗ ସାମ୍ନାକୁ ଆସୁଛି । ଦୁବୃର୍ତ ମାନଙ୍କ ଟାର୍ଗେଟର ମନ୍ଦିର, ଚୋରି ପଛରେ କୌଣସି ରାକେଟ କାମ କରୁଥିବା ଚର୍ଚ୍ଚା ହେଉଛି ।