ପୁଲିସ ହାତରେ ଲାଗିଲା ବଡ ପ୍ରମାଣ! ମଧୁମିତାଙ୍କ ବେଡରୁମରୁ ମିଳିଲା ସୁସାଇଡ ନୋଟ୍!

Advertisment
ପୁଲିସ ହାତରେ ଲାଗିଲା ବଡ ପ୍ରମାଣ! ମଧୁମିତାଙ୍କ ବେଡରୁମରୁ ମିଳିଲା ସୁସାଇଡ ନୋଟ୍!

କନକ ବ୍ୟୁରୋ: ସାମ୍ବାଦିକା ମଧୁମିତା ପରିଡ଼ା ମୃତ୍ୟୁ ମାମଲାରେ ପୋଲିସ ହାତରେ ଲାଗିଛି ବଡ଼ ପ୍ରମାଣ। ତାଙ୍କ ବେଡରୁମରୁ ମିଳିଛି ମଧୁମିତାଙ୍କ ଶେଷ ଚିଠି। କୁହାଯାଉଛି ଏହି ଚିଠି ହିଁ, ସାମ୍ବାଦିକା ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବ। ମୃତ୍ୟୁ ପଛରେ ସ୍ୱାମୀ ଶ୍ରୀଧରଙ୍କ ଭୂମିକା କଣ, ସେ ରହସ୍ୟ ଖୋଲିବ।

ଭୁବନେଶ୍ୱରରେ ମଧୁମିତା ପରିଡା ମୃତ୍ୟୁ ଘଟଣାରେ ପୁଲିସ କରୁଛି ସରଜମିନ ତଦନ୍ତ । ଅଭିଯୁକ୍ତ ସ୍ବାମୀ ଶ୍ରୀଧର ଜେନାକୁ ରିମାଣ୍ଡରେ ଆଣି ଗୋଟି ଗୋଟି କରି ପ୍ରମାଣ ଯୋଗାଡ କରିଛି ପୁଲିସ । ଦିନିକିଆ ରିମାଣ୍ଡରେ ଥିବା ଶ୍ରୀଧର ତା ଘର ଭିତରର ଗୋଟି ଗୋଟି କରି କୋଣକୁ ପୁଲିସକୁ ଦେଖାଇଛି । ସେହି ସମୟରେ ବେଡ ରୁମ ଉପରେ ପଡିଥିବା ଏକ ଧଳା ଖାତାରେ ବ୍ଲୁ ପେନରେ ଲେଖାଯାଇଥିବା କିଛି ଫର୍ଦ୍ଦ ଦେଖିବାକୁ ମିଳିଥିଲା। ଏହି ଲେଖା ମଧୁମିତାଙ୍କ ହାତଲେଖା ବୋଲି ଶ୍ରୀଧର ସ୍ପଷ୍ଟ କରିବା ପରେ ପୁଲିସ ଏହାକୁ ଜବତ କରିଛି । କୁହାଯାଉଛି, ଏହା ହେଉଛି ମଧୁମିତାଙ୍କ ଶେଷ ଚିଠି ।

ଶ୍ରୀଧରଙ୍କ ପରକୀୟା ପ୍ରୀତି ଯୋଗୁଁ ମଧୁମିତା ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଥିଲା । ପୂର୍ବରୁ ବିବାହିତ ଥିବା ଶ୍ରୀଧରର ପୂର୍ବତନ ପତ୍ନୀ ଓ ୪ଜଣ ଯୁବତୀଙ୍କ କଥା ସାମ୍ନାକୁ ଆସିଥିଲା । ଏହି ୫ ଜଣଙ୍କ ବୟାନ ପୁଲିସ ରେକର୍ଡ କରିଛି ।

ଏଠାରେ ପ୍ରଶ୍ନ ଉଠୁଛି
-ମଧୁମିତାଙ୍କ ଶେଷ ଚିଠିରେ ରହିଛି କଣ?
-କାହା ବାବଦରେ ନୋଟରେ ଉଲ୍ଲେଖ କରିଛନ୍ତି ମଧୁମିତା?
-ନୋଟ ଖୋଲିଦେବ କି ମଧୁମିତା ମୃତ୍ୟୁର ରହସ୍ୟ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe