ପୋଲିସ ଧରି ପାରିଲାନି ଚୋର: ଚୋରକୁ ଧରି ମାଡ ଖାଇଲେ ଘର ମାଲିକ, ସିସିଟିଭିରେ କଏଦ ହେଲା ମାଡବେଳର ଦୃଶ୍ୟ

123

କନକ ବ୍ୟୁରୋ: ଘରୁ ଚୋରି ହେଲା, ଥାନାରେ ମାମଲା ରୁଜୁ ହେଲା । ଚୋରି ଆଉ ଚୋରର ଭିଜୁଆଲ ସିସିଟିଭିରେ କଏଦ ହେଲା । ହେଲେ ପୋଲିସ ଚୋରକୁ ଗିରଫ କଲା ନାହିଁ । ମାସକ ପରେ ଯେତେବେଳେ ଚୋରକୁ ଘର ମାଲିକ ଧରିଲା, ସେତେବେଳେ ଚୋରର ସାଥୀଙ୍କ ଠାରୁ ନିସ୍ତୁକ ମାଡ ଖାଇବାକୁ ପଡିଛି । କେବଳ ସେତିକି ନୁହେଁ ଏ ନେଇ ଥାନାରେ ଅଭିଯୋଗ କରିବାରୁ ଥାନା ଅଧିକାରୀ ଘର ଛାଡି ପଳାଇବାକୁ କହିଥିବା ଅଭିଯୋଗ ହୋଇଛି । ଚୋର ଧରି ମାଡ ଖାଇବା ଭଳି ଘଟଣା ଦେଖିବାକୁ ମିଳିଛି ଭରତପୁର ଥାନା ପଣ୍ଡାକୁଦିଆ ଅଂଚଳରେ । ଚୋରକୁ ଧରି ଘର ମାଲିକକୁ ମାଡ ଖାଇବାକୁ ପଡିଛି । ଏହାସହ ଚୋର ସ୍ଥାନୀୟ ବସ୍ତିରେ ରହୁଥିବା ଯୁବକ, ସେମାନଙ୍କ ସହ ଲାଗିବା କଥା ନୁହେଁ ବୋଲି ପୋଲିସ କହିଥିବା ଅଭିଯୋଗ ହୋଇଛି ।