ଉପନିର୍ବାଚନ ପାଇଁ ଆଇନଶୃଂଖଳା ସ୍ଥିତିର ସମୀକ୍ଷା କଲେ ପୋଲିସ ଡିଜି : ୩୭୩ ବୁଥ୍ ପାଇଁ ତିର୍ତ୍ତୋଲରେ ମୁତୟନ ହେବେ ୨୧ ପ୍ଲାଟୁନ୍ ଫୋର୍ସ, ୧୫୦ ଅଫିସର ; ଭୋଟ୍ ସମୟରେ ନଜର ରଖିବ ଫ୍ଲାଇଂ ସ୍କୁଆଡ୍ ଓ ସର୍ଭିଲାନ୍ସ ଟିମ୍

137

କନକ ବ୍ୟୁରୋ : ତିର୍ତ୍ତୋଲ ଉପନିର୍ବାଚନରେ ସୁରକ୍ଷା ଓ ଆଇନଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କଲେ ପୋଲିସ ଡିଜି ଅଭୟ । ଉପନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ଅବାଧ ଓ ନିରପେକ୍ଷ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ଠିକ ଅଛି ବୋଲି ଡିଜିଙ୍କ ସୂଚନା । ସମୁଦାୟ ୩୭୩ ବୁଥ୍ ପାଇଁ ୨୧ ପ୍ଲାଟୁନ ପୋଲିସ ଫୋର୍ସ , ତିନି କମ୍ପାନୀ ସିଏପି, ୧୫୦ ଅଫିସର ,୮ ଜଣ ଡିଏସପି ଓ ଅତିରକ୍ତ ଏସପି ସ୍ତରୀୟ ଅଫିସରଙ୍କୁ ନିୟୋଜିତ କରାଯାଇଛି ।

ଏଥିସହ ଫ୍ଲାଇଂ ସ୍କାର୍ଡ ଓ ସର୍ଭେଲାନ୍ସ ଟିମ୍ ମଧ୍ୟ ଗଠନ କରାଯାଇଛି ବୋଲି କହିଛନ୍ତି ଅତିରିକ୍ତ ଡିଜି ଯଶବନ୍ତ ଜେଠୱା । ନିର୍ବାଚନ ପୂର୍ବରୁ ଗଣ୍ଡଗୋଳ ଆଶଙ୍କାରେ ୧୫ଶହ ଜଣଙ୍କ ନାଁରେ ୧୦୭ଧାରାରେ କେସ ଦିଆଯାଇଛି । ୭୫ ଜଣ ୱାରେଂଟିଙ୍କୁ ଗିରଫ କରାଯାଇଛି । ସମୀକ୍ଷା ବୈଠକରେ ଡିଜିଙ୍କ ସମେତ ଅତିରିକ୍ତ ଡିଜି , ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଆରକେ ଶର୍ମା ଓ ଜିଲ୍ଲା ଆରକ୍ଷି ଅଧ୍ୟକ୍ଷକ ପ୍ରକାଶ ଆର ଉପସ୍ଥିତ ଥିଲେ ।